ରାଜଧାନୀରେ ମାତିଛନ୍ତି ଲୁଟେରା: କଟକ-ଭୁବନେଶ୍ୱର ରାସ୍ତାରେ ମହିଳାଙ୍କ ଭ୍ୟାନିଟ୍‌ ବ୍ୟାଗ୍‌ ଟାଣି ନେଲେ ଦୁର୍ବୁତ୍ତ

ଭୁବନେଶ୍ବର: ଏବେ ଚାରିଆଡେ ଚାଲିଛି ଲକ୍ ଡାଉନ୍ । ଗଳି କନ୍ଦି ସବୁ ଆଡେ ପଇଁତରା ମାରୁଛି ପୋଲିସ୍ । ତଥାପି ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ରାଜଧାନୀରେ ମାତିଛନ୍ତି ଲୁଟେରା । ଲୁଟେରାଙ୍କ ଆତଙ୍କ ଏବେ ସାଧାରଣ ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ରାଜଧାନୀରେ ଗତ କିଛି ଦିନ ହେବ ପୋଲିସକୁ ଚକ୍‌ମା ଦେଇ ଲୁଟେରାମାନେ ଗୋଟିଏ ପରେ ଗୋଟିଏ ଲୁଟ୍‌ କରିଚାଲିଛନ୍ତି ।

ପୁଣି ଗତକାଲି କଟକ-ଭୁବନେଶ୍ୱର ରାସ୍ତାରେ ଲୁଟ୍‌ର ଶିକାର ହୋଇଛନ୍ତି ଜଣେ ଦମ୍ପତି । ମହିଳାଙ୍କ ଭ୍ୟାନିଟ୍‌ ବ୍ୟାଗ୍‌ ଟାଣି ନେଉଥିବା ବେଳେ ଚଳନ୍ତା ଗାଡ଼ିରୁ ପଡିଯାଇଥିଲେ ଦମ୍ପତି । ଯାହାଫଳରେ ଉଭୟଙ୍କୁ ଗଭୀର ଆଘାତ ଲାଗିବା ସହିତ ରକ୍ତାକ୍ତ ଅବସ୍ଥାରେ ସେମାନେ ରାସ୍ତା କଡରେ ବସିରହିଥିବାର ଦେଖିବାକୁ ମିଳିଥିଲା। ମହିଳାଙ୍କ ବ୍ଯାଗରେ କିଛି ଟଙ୍କା ଏବଂ ଗୋଟେ ସୁନା ଚେନ୍ ଓ ମୁଦି ଥିବା ନେଇ ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.