Below header

ପାନ ଚାଷକୁ କୃଷିର ମାନ୍ଯତା ଦାବିରେ ନବନିର୍ମାଣ କୃଷକ ଯୁବ ଛାତ୍ର ସଂଗଠନର ଆନ୍ଦୋଳନ

କାକଟପୁର(କେନ୍ଯୁଜ୍): ପାନ ଚାଷୀଙ୍କ ବିଭିନ୍ନ ଦାବିକୁ ହାସଲ କରିବା ପାଇଁ ନବନିର୍ମାଣ କୃଷକ ଯୁବ ଛାତ୍ର ସଂଗଠନ ନୂଆହାଟ ବଜାରରେ ବିକ୍ଷୋଭ ଆରମ୍ଭ କରିଛନ୍ତି। ପାନ ଚାଷକୁ କୃଷିର ମାନ୍ଯତା ସହ ପାନଚାଷୀଙ୍କୁ ବିମାଭୁକ୍ତ କରିବା ଏବଂ ଚାଷୀ ଯେପରି ପାନକୁ ଉଚିତ ମୂଲ୍ଯରେ ବିକ୍ରି କରିପାରିବେ ସେ ଦାବି ନେଇ ନବନିର୍ମାଣ କ୍ଷକ ସଂଗଠନର ନେତା ମନୋହର ଅଲ୍ଲୀଙ୍କ ନେତ୍ତ୍ବରେ ବହୁ ପାନ ଚାଷୀ ଏବଂ ଛାତ୍ର ଏକାଠି ହୋଇ ଆନ୍ଦୋଳନ କରିଥିଲେ। ଏଥିସହ ତହସିଲଦାରଙ୍କ ଉଦେଶ୍ଯରେ ନୂଆହାଟ ପୋଲିସକୁ ଦାବି ପତ୍ର ପ୍ରଦାନ କରିଥିଲେ। ଦାବି ପୂରଣ ନହେଲେ ଆଗକୁ ଆନ୍ଦୋଳନକୁ ବ୍ଯାପକ କରାଯିବ ବୋଲି ନେତାମାନେ ଚେତାବନୀ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.