ପୁଣି ଦ୍ବାରଶୁଣି ଘାଟିରେ ସିରିଜ ଦୁର୍ଘଟଣା, ଟ୍ରକ୍ ଚାଳକ ଗୁରୁତର

ପୁଣି ଦ୍ବାରଶୁଣି ଘାଟିରେ ସିରିଜ ଦୁର୍ଘଟଣା। ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଦ୍ବାରଶୁଣି ଘାଟି ୪୯ନଂ NHରେ ସିରିଜ ଦୁର୍ଘଟଣା। ବିଳମ୍ବିତ ରାତିରେ ୨ଟି ଟ୍ରକ୍ କୁ ଧକ୍କା ଦେଲା ଲୁହାପଥର ବୋଝେଇ ଟ୍ରକ୍। ଦୁର୍ଘଟଣାରେ ଜଣେ ଟ୍ରକ୍ ଚାଳକ ଗୁରୁତର ଆହତ ହୋଇଛନ୍ତି।

ମୟୂରଭଞ୍ଜ (କେନ୍ୟୁଜ): ପୁଣି ଦ୍ବାରଶୁଣି ଘାଟିରେ ସିରିଜ ଦୁର୍ଘଟଣା । ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଦ୍ବାରଶୁଣି ଘାଟି ୪୯ନଂ NHରେ ସିରିଜ ଦୁର୍ଘଟଣା । ବିଳମ୍ବିତ ରାତିରେ ୨ଟି ଟ୍ରକ୍ କୁ ଧକ୍କା ଦେଲା ଲୁହାପଥର ବୋଝେଇ ଟ୍ରକ୍। ଦୁର୍ଘଟଣାରେ ଜଣେ ଟ୍ରକ୍ ଚାଳକ ଗୁରୁତର ଆହତ ହୋଇଛନ୍ତି ।

ଆହତ ଡ୍ରାଇଭର ବାଙ୍ଗିରିପୋଷି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । କେନ୍ଦୁଝରରୁ ଲୁହାପଥର ବୋଝେଇ କରି ଟ୍ରକଟି ଖଡଗପୁର ଯାଉଥିବାବେଳେ ବିପରୀତ ଦିଗରୁ ଆସୁଥିବା ଟ୍ରଲରକୁ ଧକ୍କା ଦେଇଥିଲା । ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲା । ଦୀର୍ଘ ତିନି ଘଣ୍ଟା ପରେ ଯାତାୟାତା ସ୍ବାଭାବିକ ହୋଇଥିଲା । କିଛି ଦିନ ପୂର୍ବରୁ ଦ୍ବାରଶୁଣି ଘାଟିରେ ଯାତ୍ରାପାର୍ଟି ଟ୍ରକ ଓଲଟି ୪ ଜଣଙ୍କ ମୃତ୍ୟୁ ହୋଇଥିଲ ।