Below header

ପିଟି ପିଟି ରାସ୍ତା କଡରେ ଫିଙ୍ଗି ଦେଲେ, ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର ହେଲେ ଷ୍ଟେସନ କୁଲି

ଭୁବନେଶ୍ୱର (କେ ନ୍ୟୁଜ୍‌) : ଭୁବନେଶ୍ୱର ଷ୍ଟେସନର ଜଣେ କୁଲିକୁ ପ୍ରାଣାନ୍ତକ ଆକ୍ରମଣ ହୋଇଛି। ଦୁର୍ବୃତ୍ତମାନେ ଲୁହା ଛଡ଼ରେ ପିଟିପିଟି ଭୁବନେଶ୍ୱରରୁ ନେଇ ବାଳକାଟି ପାଖ ପୁରୀ କେନାଲ କଡରେ ଫିଙ୍ଗି ଦେଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଆହତ ଶ୍ରମିକ ହେଉଛନ୍ତି ନୟାଗଡ଼ର ଦଶପଲ୍ଲା ନୂଆଗାଁର ବିଜୁ ନାୟକ। ତେବେ ସେ ଲକ୍ଷ୍ମୀସାଗର ମେଳଣ ପଡ଼ିଆ ପାଖରେ ରହି କୁଲି କାମ କରୁଥିଲେ। ଆକ୍ରମଣରେ ତାଙ୍କର ହାତ ଭାଙ୍ଗିଯିବା ସହ ବେକରେ ଆଘାତ ଲାଗିଛି। ମଦ ପିଇବା ପାଇଁ ଟଙ୍କା ଦେବା ନେବାକୁ କଥାକୁ ନେଇ ଅନ୍ୟ ଶ୍ରମିକଙ୍କ ସହ ତାର ଗଣ୍ଡଗୋଳ ହେଇଥିଲା। ଆଜି ଅପରାହ୍ନରେ ସେମାନେ ଏକାଠି ଏକ ଅଟୋରେ ମଦ ପିଇବା ପାଇଁ ଯାଇଥିଲେ। ସେଠାରେ ଗଣ୍ଡଗୋଳ ହେବା ସହ ବିଜୁକୁ ସେମାନେ ପିଟିଥିଲେ। ଷ୍ଟେସନରୁ ସିସିଟିଭି ଫୁଟେଜ ସଂଗ୍ରହ କରି ପୁଲିସ ତଦନ୍ତ ଆରମ୍ଭ କରିଛି। ଘଟଣାଟି ଘଟିଛି ବାଳକାଟି ଫାଣ୍ଡି ଅଞ୍ଚଳରେ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.