ଶେଷ ହୋଇଛି ବିଭିନ୍ନ ବାର ଆସୋସିଏସନର ନିର୍ବାଚନ, ନଜର ପକାନ୍ତୁ କିଏ କେଉଁଠି ଜିତିଛନ୍ତି

ଶାନ୍ତି ଶୃଙ୍ଖଳାରେ ସହ ବିଭିନ୍ନ ସ୍ଥାନରେ ଶେଷ ହୋଇଛି ବାର ଆସୋସିଏସନ ନିର୍ବାଚନ। ସଭାପତି, ଉପସଭାପତି, ସମ୍ପାଦକ ଓ ସହ ସମ୍ପାଦନ ନିବର୍ବାଚନ ଫଳାଫଳ ଘୋଷଣା ହୋଇଛି। ନଜର ପକାନ୍ତୁ କିଏ କେଉଁଠି ଜିତିଛନ୍ତି।

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟର ବିଭନ୍ନ କୋର୍ଟର ବାର ଆସୋସିଏସନ ନିର୍ବାଚନ ଶେଷ ହୋଇଛି। ନଜର ପକାନ୍ତୁ କେଉଁ ଅଞ୍ଚଳରର ବାର ଆସୋସିଏସନରୁ କିଏ ନିର୍ବାଚିତ ହୋଇଛନ୍ତି ।

ଭୁବନେଶ୍ବର:

ଭୁବନେଶ୍ବର ବାର ଆସୋସିଏସନ ନିର୍ବାଚନ ଶେଷ ହୋଇଛି। ସଭାପତି ଭାବେ ଧନେଶ୍ଵର ମହାନ୍ତି,ଉପ ସଭାପତି ଭାବେ ଅଞ୍ଜନ କୁମାର ସାମନ୍ତରାୟ, ସମ୍ପାଦକ ଭାବେ ତାପସ ରଞ୍ଜନ ଦାସ, ସହ ସମ୍ପାଦକ ପୁଲିନ ମାର୍ଥା, ଯୁଗ୍ମ ସମ୍ପାଦକ ସୁକାନ୍ତ ସାହୁ ନିର୍ବାଚିତ ହୋଇଛନ୍ତି।

କଟକ:

ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ ହାଇକୋର୍ଟ ବାର ଆସୋସିଏସନ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ସେହିପରି ବିଦ୍ୟାଧର ପ୍ରଧାନ, ଉପ ସଭାପତି, ଚିତ୍ତ ରଞ୍ଜନ ସ୍ୱାଇଁ, ସମ୍ପାଦକ ଭାବେ ବିଜୟୀ ହୋଇଥିବାବେଳେ ଦେବାଶିଷ ନନ୍ଦ(ଯୁଗ୍ମ ସମ୍ପାଦକ), ଦେବାଶିଷ ସ୍ୱାଇଁ (ସହ ସମ୍ପାଦକ) ଓ ଜାନକୀ ମହାପାତ୍ର ପାଠାଗାର ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି । ହାଇକୋର୍ଟ ବାର ଆସୋସିଏସନରେ ଭୋଟର ସଂଖ୍ୟା ୪,୨୯୭ ଥିବାବେଳେ ୩,୦୫୫ଜଣ ସଦସ୍ୟ ମତ ସାବ୍ୟସ୍ତ କରିଥିଲେ। କିନ୍ତୁ ଏଥର ବରିଷ୍ଠ ନାଗରିକଙ୍କ ପାଇଁ ନୂତନ ପଦକ୍ଷେପ ନିଆଯାଇଥିଲାl ସେମାନେ କିପରି ମତ ସାବ୍ୟସ୍ତ କରିବେ, ସେ ନେଇ ସ୍ୱତନ୍ତ୍ର ବ୍ୟବସ୍ଥା କରା ଯାଇଥିଲା ।

ଆଠମଲ୍ଲିକ:

ସଂଘର ସଭାପତି ଭାବରେ ସୁଶାନ୍ତ କୁମାର ମହାପାତ୍ର ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀଙ୍କ ଠାରୁ ୧୩ ଖଣ୍ଡ ଭୋଟ ଅଧିକ ପାଇ ଲଗାତାର ତୃତୀୟ ଥର ପାଇଁ ନିର୍ବାଚିତ ହୋଇଛନ୍ତି।ସେହିପରି ସଂଘର ସମ୍ପାଦକ ଭାବରେ ଜିତେନ୍ଦ୍ର କୁମାର ମୁଖି ୮ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି  ।

ଢେଙ୍କାନାଳ:

ଢେଙ୍କାନାଳ ଜିଲ୍ଲା ଓକିଲ ସଂଘର ନିର୍ବାଚନ ଶେଷ ହୋଇଛି । ସଭାପତି ପ୍ରାର୍ଥୀ  ଭାବେ ୬ ଜଣ ପ୍ରତିଦ୍ଵନ୍ଦିତା କରୁଥିବା ବେଳ ବିଜୟୀ ପ୍ରାର୍ଥୀ ନିକଟ ତମ ପ୍ରତିଦ୍ଵନିକୁ ୧୩୫ ଖଣ୍ଡ ଭୋଟ ବ୍ୟବଧାନରେ ଗୋପାଳ ଚନ୍ଦ୍ର ପାତ୍ର ସଦ୍ଭାପତି ଭାବେ ବିଜୟୀ ହୋଇଛନ୍ତି ।  ସଂପାଦକ ଭାବେ ୨ ଜଣ ପ୍ରାର୍ଥୀ ପ୍ରତି ଦ୍ୱନ୍ଦିତା କରୁଥିବା ବେଳ ୧୨୩ ଖଣ୍ଡ ଭୋଟ ବ୍ୟବଧାନରେ ପ୍ରଶାନ୍ତ କୁମାର ସାହୁ ବିଜୟୀ  ହୋଇଛନ୍ତି । ସେହିପରି ଉପସଭାପତି ଭାବେ ସରୋଜ ପାଢି, କୋଷାଧ୍ୟକ୍ଷ ଭାବେ ରାଜେନ୍ଦ୍ର ନାରାୟଣ ରାଉତ ନିର୍ବାଚିତ ହୋଇଛନ୍ତି । ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ନୂତନ ବିଜୟୀ ପ୍ରାର୍ଥୀ ମାନଙ୍କୁ ଆଇନୀ ଜୀବୀ ମାନେ ଶୁଭେଛା ଓ ଶୁଭକାମନା ଜଣାଇଥିଲେ । ବିଜୟ ପରେ ନୂତନ ସଭାପତି ଓ ସଂପାଦକ ସଂଘର ଉନ୍ନତି କରିବା ସହ ଓକିଲ ଭାଇ ମାନଙ୍କର ସମସ୍ୟା ଓ ଜିଲ୍ଲାର ମୌଳିକ ସମସ୍ୟା ପ୍ରତି ଗୁରୁତ୍ଵ ଦେବେ ବୋଲି ପ୍ରକାଶ କରିଥିଲେ । ବରିଷ୍ଠ ଆଇନୀଜୀବୀ ଶ୍ରୀଧର ମିଶ୍ର ନିର୍ବାଚନ ଅଧିକାରୀ ଭାବେ କାର୍ଯ୍ୟ ସଂପାଦନ କରିଥିଲେ ।

ଜଗତସିଂହପୁର:   

ଜଗତସିଂହପୁର ଜିଲ୍ଲା  ଓକିଲ ସଂଘର ନିର୍ବାଚନ  ଜିଲ୍ଲା କୋର୍ଟ ପରିସରରେ ଶାନ୍ତିଶୁଙ୍ଖଳା ସହ ଅନୁଷ୍ଠିତ ହୋଇଯାଇଛି । ପ୍ରତ୍ୟେକବର୍ଷ ପରି ଚଳିତ ବର୍ଷ ମଧ୍ୟ ସଭାପତି ,ଉପସଭାପତି ,ସମ୍ପାଦକ ,ଯୁଗ୍ମସମ୍ପାଦକ ଓ କୋଷାଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ ବହୁ ପ୍ରତିଦ୍ୱନ୍ଦିତାପୂର୍ଣ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ ନିର୍ବାଚନରେ ସମୁଦାୟ ୩୪୦ ଆଇନଜୀବୀ ନିଜର ମତ ସାବ୍ୟସ୍ତ କରିଥିଲେ।  ଗୁରୁତ୍ୱପୂର୍ଣ୍ଣ ପଦବୀ ମଧ୍ୟରେ ସଭାପତି ଭାବେ  ଦେବେନ୍ଦ୍ର ନାଥ ସ୍ବାଇଁ , ସମ୍ପାଦକ ପାଇଁ ନରେଶ ଚନ୍ଦ୍ର ଦାସ। ଯୁଗ୍ମ  ସମ୍ପାଦକ ଭାବେ ଜ୍ଞାନରଞ୍ଜନ ମହାନ୍ତି , ଉପସଭାପତି ଭାବେ ସରୋଜ କୁମାର ବିଶ୍ବାଳ ,କୋଷାଧ୍ୟକ୍ଷ ଭାବେ ଦୁର୍ଯ୍ୟୋଧନ ରାଉତ ନିର୍ବାଚିତ ହୋଇଛନ୍ତି।  ଏହି ନିର୍ବାଚନରେ କାର୍ଯ୍ୟକାରୀ କମିଟି ସଦସ୍ୟ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇନାହିଁ।  ଏହି କାର୍ଯ୍ୟକାରୀ କମିଟି ସଦସ୍ୟଭାବେ ପ୍ରକାଶ ଚନ୍ଦ୍ର ରାୟ , ପର୍ଶୁରାମ ରାଉତ,ମହେଶ୍ୱତା ଜେନା ,ପ୍ରତାପ ଚନ୍ଦ୍ର ପଣ୍ଡା ,ଅମୀୟ କୁମାର ମହାପାତ୍ର ,ମୁରଲୀଧର ଜେନା ଓ ରୁଦ୍ରନାରାୟଣ ନାୟକ ନିଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି , ଅନୁଷ୍ଠିତ ଏହି ନିର୍ବାଚନରେ ନିର୍ବାଚନ ଅଧିକାରୀଭାବେ କୃଷ୍ଣଚନ୍ଦ୍ର ଭୂୟାଁ ନିର୍ବାଚନ ପରିଚାଳନା କରିଥିଲେ । ବାରିପଦାର ର୍ନିବାଚନ ଅନୁଷ୍ଠିତ ଚଳିତ ବର୍ଷ ଏହି ନିର୍ବାଚନ ସକାଳ ୮ ଟାରୁ ଆରମ୍ବ ହୋଇ ଅପରାହ୍ନ ୩ ଟାରେ ସମାପ୍ତ ହୋଇଥିଲା ଓ ପରେ ଅପରାହ୍ନ ୪ଟାରେ ଗଣତି କାର୍ଯ୍ୟ ଆରମ୍ବ ହୋଇ ସନ୍ଧ୍ୟା ୬ ଟାରେ ଶେଷ ହୋଇଥିଲା।

ଝାରସୁଗୁଡା:

ଆଜି ଝାରସୁଗୁଡ଼ା ଓକିଲ ସଂଘର ନିର୍ବାଚନ ସଂଘର କାର୍ଯ୍ଯାଳୟ ପରିସରରେ ଅନୁଷ୍ଠିତ ହୋଇଛି।ଆଜି ସକାଳ ୮ଟା ରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ସମୁଦାୟ ୩୨୦ଜଣ ମତଦାତା ତାଙ୍କର ମତଦାନ କରିବେ । ସକାଳ ୮ରୁ ଦିନ ୩ଟା ଯାଏ ଚାଲିବ ଏହି ମତଦାନ ପ୍ରକ୍ରିୟା । ୩ଟା ପରେ ଭୋଟ ଗଣତି ପ୍ରକ୍ରିୟା ଆରମ୍ଭ ହେବ । ବର୍ତ୍ତମାନ ସୁଦ୍ଧା ପ୍ରାୟ ଦୁଇଶହ ମତଦାତା ତାଙ୍କର ମତଦାନ କରିସାରିଛନ୍ତି । ଶାନ୍ତି ଶୃଙ୍ଖଳା ସହିତ ଏହି  ନିର୍ବାଚନ ପ୍ରକ୍ରିୟା ଜାରି ରହିଛି ବୋଲି କହିଛନ୍ତି ନିର୍ବାଚନ ଅଧିକାରୀ ଶୁଭଳେନ୍ଦୁ ପଣ୍ଡା।  ସଭାପତି ପାଇଁ ୪ଜଣ, ଉପସଭାପତି ପାଇଁ ୨ଜଣ, ସାଧାରଣ ସମ୍ପାଦକ ପାଇଁ ୨ଜଣ, କୋଷାଧ୍ୟକ୍ଷ ପାଇଁ ୨ଜଣ, ଉପଦେଷ୍ଟା କମିଟି ପାଇଁ ୬ଜଣ, ଏବଂ ଯୁଗ୍ମ ସମ୍ପାଦକ ପାଇଁ ୨ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ସୂଚନା ମିଳିଛି।

ବାରିପଦା:

ବାରିପଦା ଓକିଲ ସଂଘ ବାରିପଦାର ନିର୍ବାଚନ ଅନୁଷ୍ଠିତ। ପୁଣି ଥରେ ସଭାପତି ଭାବେ ପ୍ରଦୀପ ରଥ ଓ ସାଧାରଣ ସମ୍ପାଦକ ଭାବେ ବିପ୍ଳବ ବାରିକ ନିର୍ବାଚିତ ହୋଇଛନ୍ତି। ଆଜି ବାରିପଦା ସ୍ଥିତ ବାର କାର୍ଯ୍ଯଳୟରେ ନିର୍ବାଚନ ଅଧିକାରୀ କୃଷ୍ଣଚନ୍ଦ୍ର ଦାସଙ୍କ ତତ୍ତ୍ୱାବଧାନରେ ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ଅନୁଷ୍ଠିତ ହୋଇ ଭୋଟ ଗଣତି କରି ଫଳାଫଳ ଘୋଷଣା କରାଯାଇଛି।

ଫୁଲବାଣୀ:

ଫୁଲବାଣୀ ବାର ଆସୋସିଏସନ  ନିର୍ବାଚନରେ ନିର୍ଦ୍ୱନ୍ଦ୍ୱରେ ସଭାପତି ଭାବେ ଭଗବାନ ମହାନ୍ତି, ଉପ ସଭାପତି – ବୀଣାପାଣି ପ୍ରଧାନ, ସମ୍ପାଦକ କମଳ କୁମାର ବେହେରା, ସହ ସମ୍ପାଦକ ରଞ୍ଜନ କୁମାର ଦାସ ଓ କୋଷାଧକ୍ଷ ଭାବେ କୃଷ୍ଣ ଚନ୍ଦ୍ର ସେନାପତି  ନିର୍ବାଚିତ ହୋଇଛନ୍ତି।

ନରସିଂହପୁର:

ନରସିଂହପୁର ଓକିଲ ସଂଘର ନିର୍ବାଚନରେ ସଭାପତି  ଭାବେ ବିଭୁଦତ ମିଶ୍ର, ଉପସଭାପତି ଭାବେ ସରୋଜ କୁମାର ମହାରଣା, ସମ୍ପାଦକ ଭାବେ ନିଗମାନନ୍ଦ ପଣ୍ଡା ନିର୍ବାଚିତ ହୋଇଛନ୍ତି।

ନବରଙ୍ଗପୁର:

ନବରଙ୍ଗପୁର ଜିଲ୍ଲା ଆଇନଜୀବୀ ସଂଘର ନିର୍ବାଚନ ଫଳାଫଳ ଘୋଷଣା କରାଯାଇଛି। ସଭାପତି ଭାବେ ନରସିଂହ ତ୍ରିପାଠୀ, ଉପସଭାପତି ହରି ନାରାୟଣ ବେହେରା, ସମ୍ପାଦକ ତପନ କୁମାର ସିଂ, ଯୁଗ୍ମ ସମ୍ପାଦକ ସନ୍ଦୀପ ମିଶ୍ର, କୋଷାଧ୍ୟକ୍ଷ ଅନୀଲ ଜ୍ୟୋତି ଚନ୍ଦ୍ର ଦୀନବନ୍ଧୁ ଓ Executive Body members ଭାବରେ ଦୀନେଶ ରାଜ୍ କରକରା, ପ୍ରଶାନ୍ତ କୁମାର ପଟ୍ଟନାୟକ, ସତୀସ୍ ଚନ୍ଦ୍ର ନାୟକ, ତପନ କୁମାର ପାଣିଗ୍ରାହୀ ନିର୍ବାଚିତ ହୋଇଛନ୍ତି।

ବସୁଦେବପୁର:

ବାସୁଦେବପୁର କୋର୍ଟ ବାର ଆସୋସିଏସନ ନିର୍ବାଚନରେ ସଭାପତି ତାରାକାନ୍ତ ଡାଙ୍ଗୁଆ, ଉପସଭାପତି ଦିଲ୍ଲୀପ କୁମାର ନାୟକ, ସମ୍ପାଦକ ମାନସ କୁମାର ନାୟକ, ସହ ସମ୍ପାଦକ ରମେଶ ଚନ୍ଦ୍ର ଜେନା, କୋଷାଧ୍ୟକ୍ଷ ଚକ୍ର ଧର ମହାଳିକ ଭାବେ ନିର୍ବାଚିତ ହୋଇଛନ୍ତି।

ଆଠଗଡ଼: 

ଆଠଗଡ଼ ଓକିଲ ସଂଘ ନିର୍ବାଚନ, ଜଗଦାନନ୍ଦ ତ୍ରିପାଠୀ ସଭାପତି ଓ ସଂପାଦକ ଭାବେ ବନ ବିହାରୀ ସାହୁ ନିର୍ବାଚିତ। 141 ଜଣ ଓକିଲ ମଧ୍ୟରୁ ୧୩୭ ଜଣ ମତଦାନ କରିଥିଲେ ।  ସଭାପତି ୧୨  ଖଣ୍ଡ ଓ ସମ୍ପାଦକ ୫୦ ଖଣ୍ଡ ଅଧିକ ଭୋଟରେ ନିର୍ବାଚିତ ହୋଇଛନ୍ତି ।

ସୁନ୍ଦରଗଡ:

ସୁନ୍ଦରଗଡ ଜିଲ୍ଲା ଓକିଲ ସଂଘ  ନିର୍ବାଚନରେ ସଭାପତି ଭାବେ କମଳ ସେନ ଓ ସମ୍ପାଦକ ଭାବେ ଅଶୋକ ସ୍ବାଇଁ ନିର୍ବାଚିତ ହୋଇଛନ୍ତି।

ମୟୁରଭଞ୍ଜ:

ମୟୁରଭଞ୍ଜ ଜିଲ୍ଲା ଓକିଲ ସଂଘ ବାରିପଦାର ନିର୍ବାଚନ ଅନୁଷ୍ଠିତ ହୋଇଛି। ପୁଣିଥରେ ସଭାପତି ଭାବେ ପ୍ରଦୀପ ରଥ ଏବଂ ସାଧାରଣ ସମ୍ପାଦକ ଭାବେ ବିପ୍ଳବ ବାରିକ ନିର୍ବାଚିତ ହୋଇଛନ୍ତି।

ଯୋଡ଼ା:

ବଡ଼ବିଲ ବାର ଆସୋସିଏସନ୍ ନିର୍ବାଚନ ସରିଛି   ଏଥିରେ ଦେବପ୍ରିୟ ରଣା ସଭାପତି, ଗାୟତ୍ରୀ କୁନାର ବାବୁ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି ।

ବ୍ରହ୍ମପୁର:

ବ୍ରହ୍ମପୁର ଗଂଜାମ  ଓକିଲ ସଂଘ ନିର୍ବାଚନ ଫଳାଫଳ ଘୋଷଣା ହୋଇଛି। ସଭାପତି  ଭାବେ ମିନତୀ ରଥ,ଉପ ସଭାପତି ଭାବେ ଏମ ଚନ୍ଦ୍ରଶେଖର,ସଂପାଦକ ଭାବେ ଶିବ ନାରାୟଣ ସାହୁ,ଯୁଗ୍ମ ସଂପାଦକ ଭାବେ ତାପସ କୁମାର ସାହୁ ନିର୍ବାଚିତ ହୋଇଛନ୍ତି।

କେନ୍ଦୁଝର

କେନ୍ଦୁଝର ବାର ଆସୋସିଏସନ ନିର୍ବାଚନ ଫଳାଫଳ ଘୋଷଣା ହୋଇଛି। ସଭାପତି ଭାବେ ଆଶିଷ ଚକ୍ରବର୍ତ୍ତୀ, ଉପ ସଭାପତି ଭାବେ ଆଲୋକ ମହାନ୍ତ, ସମ୍ପାଦକ  ଭାବେ ସଞ୍ଜିତ ଦାସ, ଯୁଗ୍ମ ସମ୍ପାଦକ ଭାବେ ବିଶ୍ୱ ରଞ୍ଜନ ସାହୁ, ଦୁର୍ଗା ପ୍ରସାଦ ମହାନ୍ତି ନିର୍ବାଚିତ ହୋଇଛନ୍ତି।