Below header

ଗଡଖୋର୍ଦ୍ଧା ନିକଟରେ ମର୍ମନ୍ତୁଦ ସଡକ ଦୁୁର୍ଘଟଣା, ଟ୍ରକ ଧକ୍କାରେ ବାପାଙ୍କ ସମେତ ଦୁଇ ପୁଅ ମୃତ

ଖୋର୍ଦ୍ଧା(କେନ୍ୟୁଜ୍): ମର୍ମନ୍ତୁଦ ଦୁୁର୍ଘଟଣା। ଏକା ସାଙ୍ଗରେ ଚାଲିଗଲା ତିନି ତିନୋଟି ଜୀବନ। ଟ୍ରକ ଧକ୍କାରେ ବାପାଙ୍କ ସମେତ ଦୁଇ ପୁଅଙ୍କ ମୃତ୍ୟୁ ହୋଇଛି। ଖୋର୍ଦ୍ଧା ଜିଲ୍ଲା ୧୬ନମ୍ବର ଜାତୀୟ ରାଜପଥ ନିକଟ ଗଡଖୋର୍ଦ୍ଧା ନିକଟରେ ଗତକାଲି ରାତିରେ ଏହି ଦୁର୍ଘଟଣା ଘଟିଛି। ମୃତକମାନେ ହେଲେ ଖୋର୍ଦ୍ଧା ଜିଲ୍ଲା ମଳିପଡ଼ା ଅଞ୍ଚଳର କୃଷ୍ଣ ପାତାଳସିଂହ, ବିକ୍ରମ ପାତାଳସିଂହ ଓ ସଂଜୟ ପାତାଳସିଂହ।

deadଏମାନେ ତିନି ଜଣ ଏକ ବାଇକ୍‌ରେ ଭୁନେଶ୍ୱରରରୁ ଖୋର୍ଦ୍ଧା ଆସୁଥିବାବେଳେ ଏକ ଟ୍ରକ ସେମାନଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ବାପା କୃଷ୍ଣ ପାତାଳସିଂହଙ୍କ ମୃତ୍ୟୁ ହୋଇଥିବାବେଳେ ଦୁଇ ପୁଅଙ୍କ ଚିକିତ୍ସାଧୀନ ଅବସ୍ଥାରେ ମେଡିକାଲରେ ମୃତ୍ୟୁ ହୋଇଛି। ପୋଲିସ ଘଟଣାର ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.