Below header

ମାଲକାଲଗିରି ବଣ୍ଡାଘାଟିରେ ଏନ୍‌କାଉଣ୍ଟର: ଜଣେ ଯବାନ ସହିଦ, ଜଣେ ମାଓବାଦୀ ନିହତ

ମାଲକାନଗିରି(କେନ୍ୟୁଜ୍): ମାଲକାନିଗିରି ବଣ୍ଡାଘାଟି ଏନ୍‌କାଉଣ୍ଟରରେ ପଣ୍ଡ ହୋଇଛି ମାଓବାଦୀଙ୍କ ବଡ ଯୋଜନା। ଓଡ଼ିଶା ପୋଲିସକୁ ଏକ ବଡ଼ ଧରଣର ସଫଳତା ମିଳିଥିବା ନେଇ ପ୍ରତିକ୍ରିୟା ରକିଛନ୍ତି ପୋଲିସ ଡିଜି ବି.କେ ଶର୍ମା। ବଣ୍ଡାଘାଟିରେ ମାଓବାଦୀ ଲୁଚିଥିବା ନେଇ ଗୁଇନ୍ଦା ଖବର ପାଇବା ପରେ DVF ଓ SOG ଅପରେସନ କରିଥିଲା। ଅପରେସନ୍‌ରେ ଜଣେ ବଡ଼ ମାଓନେତା ନିହତ ହୋଇଛି। ମୃତକ ଜଣକ ଛତିଶଗଡ଼ କି ଆନ୍ଧ୍ରର ବଡ଼ ମାଓନେତା ହୋଇଥିବା ସୂଚନା ମିଳିଛି। ମୃତ ମାଓନେତାଙ୍କ ନିକଟରୁ ମିଳିଛି AK-47। ବହୁ ଗୁଳିଗୋଳା ଓ ବନ୍ଧୁକ ମଧ୍ୟ ଜବତ କରାଯାଇଛି। ମାଓବାଦୀଙ୍କ ଗୁଳିରେ ଜୟସିଂ କବାସୀ ନାମକ ଜଣେ ଯବାନ୍‌ ସହିଦ୍‌ ହୋଇଛନ୍ତି। ମାଓନେତାଙ୍କ ସହ ମୁହାଁମୁହିଁ ହୋଇଥିଲେ ଯବାନ। ବୀରତ୍ୱର ସହ ଯବାନ ଜଣକ ମାଓନେତାଙ୍କୁ ମାରିଥିଲେ। ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ମାଲକନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟୟରେ ଭର୍ତ୍ତି କରାଯାଇଛି । ଆହୁରି ମାଓବାଦୀ ଲୁଚି ରହିଥିବା ଆଶଙ୍କାରେ DVF ଓ SOG ଯବାନଙ୍କ ପକ୍ଷରୁ ଗୁଳି ବିନିମୟ ଜାରି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.