ପୁରୀରେ ଜୋରଦାର ହେଲା ଉଛେଦ ଅଭିଯାନ: ମାଟିରେ ମିଶିଲା ଶତାଧିକ ବର୍ଷ ପୁରୁଣା ଲଙ୍ଗୁଳି ମଠ, ଆଜି ଏମାର ମଠ ପାଳି

ପୁରୀ(କେନ୍ୟୁଜ୍): ଶ୍ରୀମନ୍ଦିର ଚାରିପାଖରେ ୭୫ ମିଟର ଉଚ୍ଛେଦ ନେଇ କ୍ୟାବିନେଟ୍‌ ନିଷ୍ପତ୍ତିକୁ ଲାଗୁ କରିବାକୁ ଯାଉଛି ପ୍ରଶାସନ । ଏନେଇ ଜିଲ୍ଲାପାଳଙ୍କୁ କ୍ଷମତା ପ୍ରଦାନ କରାଯାଇଥିବାରୁ ଆଜିଠୁ ସର୍ଭେ ଆରମ୍ଭ ହେବ । ୭୫ ମିଟର ପରିସୀମା ମଧ୍ୟରେ ଆସୁଥିବା ମଠ, ଦୋକାନ, ଘର ସବୁକୁ ଉଚ୍ଛେଦ କରାଯିବ । ଗତକାଲି ଲଙ୍ଗୁଳି ମଠ ଭଙ୍ଗାଯାଇଥିଲା। ଆଜି ମାଟିରେ ମିଶିବ ଏମାର ମଠ। ୯ଶହ ବର୍ଷର ପୁରୁଣା ମଠ ଭଙ୍ଗାଯିବ। ମଠବାଡ଼ିରେ ଥିବା ପୂରାତନ ମନ୍ଦିର, ମୁଖ୍ୟ ପ୍ରତିମାକୁ ସୁରକ୍ଷିତ ରଖାଯିବ । ଭଙ୍ଗାଯାଇଥିବା ମଠଗୁଡ଼ିକୁ ନିକଟରେ ଥିବା ମଠରେ ଥଇଥାନ କରାଯିବ । ସେହିପରି ଘର ଓ ଦୋକାନ ହରାଉଥିବା ଲୋକଙ୍କୁ ଅଗ୍ରାଧିକାର ଭିତ୍ତିରେ ଥଇଥାନ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।

କ୍ଷତିଗ୍ରସ୍ତଙ୍କୁ ଜେଲ୍‌ରୋଡ୍‌, ହବିଷ୍ୟାଳି ସେଣ୍ଟର ଓ ଜଗନ୍ନାଥ ବଲ୍ଲଭ ମାର୍କେଟ କମ୍ପ୍ଲେକ୍ସରେ ସାମୟିକ ଭାବେ ଥଇଥାନ କରାଯିବ। ମ୍ୟୁନିସପାଲଟି ମାର୍କେଟରେ ସ୍ଥାୟୀ ଦୋକାନ ଘର ହେବା ପରେ ସେମାନଙ୍କୁ ରଖାଯିବ। ବର୍ତ୍ତମାନ କେବଳ ଅସୁରକ୍ଷିତ ଅବସ୍ଥାରେ ଥିବା କୋଠା ଓ ମନ୍ଦିରଗୁଡ଼ିକୁ ଭଙ୍ଗାଯାଇଛି । ତେବେ ୭୫ମିଟର ପରିସୀମା ମଧ୍ୟରେ ଉଛେଦ କାର୍ଯ୍ୟ ସର୍ଭେ ଓ ଜମି ଅଧିଗ୍ରହଣ ପରେ କରାଯିବ ବୋଲି ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି। ଉଛେଦକୁ ଦୃଷ୍ଟିରେ ରଖି ୩୦ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.