Below header

ପୁରୀର ସର୍ବପୁରାତନ ଶଙ୍କରାନନ୍ଦ ମଠ ଧ୍ୱଂସାଭିମୁଖୀ, ପୁନରୁଦ୍ଧାର ଓ ସଂରକ୍ଷଣ ପାଇଁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ

ପୁରୀ: ପୁରୀର ସର୍ବପୁରାତନ ଶଙ୍କରାନନ୍ଦ ମଠ ଧ୍ୱଂସାଭିମୁଖୀ । ମଠର ପୁନରୁଦ୍ଧାର ଓ ସଂରକ୍ଷଣ ପାଇଁ ସମସ୍ତେ ମିଳିମିଶି କାମ କରିବା ଆବଶ୍ୟକ । ଏନେଇ ମଠ ପରିସରରେ ଆୟୋଜିତ ଐତିହ୍ୟ ସୁରକ୍ଷା ଆଲୋଚନାରେ ଯୋଗ ଦେଇ ଜଗତଗୁରୁ ଶଙ୍କରାଚାର୍ଯ୍ୟ ଏହି ପରାମର୍ଶ ଦେଇଛନ୍ତି । ଶ୍ରୀକ୍ଷେତ୍ରରେ ପୂର୍ବରୁ ୭୫୨ଟି ମଠ ରହିଥିଲା ।

ଏବେ ମଠ ଓ ଆଶ୍ରମର ସଂଖ୍ୟା ୩୭୪ରେ ସୀମିତ । ଗୋବର୍ଦ୍ଧନ ମଠ ପ୍ରତିଷ୍ଠା ପୂର୍ବରୁ ଶଙ୍କରାନନ୍ଦ ମଠ ପ୍ରତିଷ୍ଠା ହୋଇଥିଲା । ଏଭଳିକି ଆଦି ଶଙ୍କରାଚାର୍ଯ୍ୟ ଓ ପଦ୍ମ ପାଦାଚାର୍ଯ୍ୟ ଏହି ମଠରେ ଅବସ୍ଥାନ କରିଥିବା ଜଣାଯାଏ । ମଠର ଭାସ୍କର୍ଯ୍ୟ ଓ ସ୍ଥାପତ୍ୟ ସ୍ୱତନ୍ତ୍ର । କିନ୍ତୁ ରକ୍ଷଣାବେକ୍ଷଣ ଅଭାବରୁ ଏହି ମଠ ଏବେ ନଷ୍ଟ ହେବାକୁ ବସିଲାଣି । ମଠର ଅସ୍ତିତ୍ୱ ଓ ଆଦର୍ଶ ରକ୍ଷା ପାଇଁ ମିଳିମିଶି ପ୍ରୟାସ କରିବା ଆବଶ୍ୟକ ବୋଲି ସେ ପରାମର୍ଶ ଦେଇଛନ୍ତି ଜଗତଗୁରୁ ଶଙ୍କରାଚାର୍ଯ୍ୟ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.