ଦେଶର କରୋନା ସ୍ଥିତି ନେଇ ଆଜି ବସୁଛି ସର୍ବଦଳୀୟ ବୈଠକ, ଭ୍ୟାକ୍ସିନ ନେଇ ହୋଇପାରେ ଆଲୋଚନା

ନୂଆଦିଲ୍ଲୀ: ଦେଶର କରୋନା ସ୍ଥିତି ନେଇ ଆଜି ବସୁଛି ସର୍ବଦଳୀୟ ବୈଠକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଦିନ ୧୦ଟା ୩୦ରେ ଭିଡିଓ କନଫରେନ୍ସିଂରେ ମାଧ୍ୟମରେ ଆଲୋଚନା କରାଯିବ। ବୈଠକରେ ଭ୍ୟାକ୍ସିନ ନେଇ ଆଲୋଚନା ହୋଇପାରେ। ରାଜଧାନୀ ଦିଲ୍ଲୀ ସମେତ କେତେକ ରାଜ୍ୟରେ କରୋନା ସଂକ୍ରମଣ ବଢିଚାଲିଛି। ଏହାର ମୁକାବିଲା ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇପାରେ।

କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ଭ୍ୟାକ୍ସିନ ପ୍ରସ୍ତୁତକାରୀ କମ୍ପାନି ଭାରତ ବାୟୋଟେକ, ସେରମ୍‌ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଗସ୍ତ କରି ଭ୍ୟାକ୍ସିନ ଉପରେ ଆଲୋଚନା କରିଥିଲେ। ତେଣୁ ବୈଠକରେ ଭ୍ୟାକ୍ସିନ ପରୀକ୍ଷଣ , ପ୍ରସ୍ତୁତି ଉପରେ ସମୀକ୍ଷା ଓ ବିତରଣ ଉପରେ ଆଲୋଚନା ହୋଇପାରେ। ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଗୃହମନ୍ତ୍ରୀ ଅମିତ ଶାହା, ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ ସମେତ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିବେ।

Leave A Reply

Your email address will not be published.