ଟ୍ରାଫିକ୍‌ ପୋଲିସ ପରି ଜେଲ୍‌ କର୍ତ୍ତୃପକ୍ଷ ବି ପିନ୍ଧିବେ ବଡି କ୍ୟାମେରା, ଖୁବ୍‌ଶୀଘ୍ର ରାଜ୍ୟର ସବୁ ଜେଲରେ ଲାଗୁ ହେବ ଏହି ବ୍ୟବସ୍ଥା

ଭୁବନେଶ୍ବର: ଟ୍ରାଫିକ୍‌ ପୋଲିସ ପରି ଜେଲ୍‌ କର୍ତ୍ତୃପକ୍ଷ ବି ପିନ୍ଧିବେ ବଡି କ୍ୟାମେରା । ଖୁବ୍‌ଶୀଘ୍ର ରାଜ୍ୟର ସବୁ ଜେଲରେ ଏହି ବ୍ୟବସ୍ଥା ଲାଗୁ କରାଯିବ । ଏନେଇ ଜେଲ୍‌ ଡିଜି ଗୃହ ବିଭାଗ ସହ ଆଲୋଚନା କରିଛନ୍ତି । ଜେଲରେ କାମ କରୁଥିବା କର୍ମଚାରୀମାନଙ୍କୁ ଏହି କ୍ୟାମେରା ପ୍ରଦାନ କରାଯିବ । ଫଳରେ କ୍ୟାମେରା ଅନ୍‌ କରି ଡ୍ୟୁଟି କରିବେ କର୍ମଚାରୀ ।

କଣ୍ଟ୍ରୋଲ ରୁମ୍‌ରେ ପ୍ରତିଦିନ ଏହାର ଯାଞ୍ଚ କରାଯିବ । ଯଦି କୌଣସି କର୍ମଚାରୀ ବା କଏଦି ନିୟମ ଉଲଂଘନ କରନ୍ତି ତେବେ ସେମାନଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି ଜେଲ ଡିଜି । ବିଶେଷ କରି ଯେଉଁ ସବୁ ସ୍ଥାନରେ ସିସିଟିଭି ନାହିଁ, ଅଥବା କଏଦୀ ମାନେ ଗଣ୍ଡଗୋଳ କରିବାର ଆଶଙ୍କା ଥାଏ , ସେହି ସବୁ ସ୍ଥାନ ମାନଙ୍କରେ ଡ୍ୟୁଟି କରୁଥିବା କର୍ମଚାରୀ ମାନଙ୍କୁ ବଡି କ୍ୟାମେରା ପ୍ରଦାନ କରାଯିବ ।

Leave A Reply

Your email address will not be published.