Below header

ଶିକ୍ଷୟିତ୍ରୀଙ୍କ କାନ ଧରି ସ୍କୁଲ ବାହାରକୁ ତଡ଼ି ଦେଲେ ପ୍ରଧାନ ଶିକ୍ଷୟିତ୍ରୀ, ଦୁର୍ବ୍ୟବହାରକୁ ନେଇ ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ

ଢେଙ୍କାନାଳ (କେନ୍ୟୁଜ): ଢେଙ୍କାନାଳରେ ଜଣେ ଶିକ୍ଷୟତ୍ରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ କାନ୍ଦୁଥିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି l ସୁଲକ୍ଷଣା ଦେବୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସ୍କୁଲରୁ ଏହି ସହ ଶିକ୍ଷୟତ୍ରୀଙ୍କୁ ବାହାରକୁ ତଡିଦେବାର ଅଭିଯୋଗ ହୋଇଛି। ସହ ଶିକ୍ଷୟତ୍ରୀ ସୌଦାମିନୀ ଦେହୁରୀ ନିଜ ପ୍ରଧାନ ଶିକ୍ଷୟତ୍ରୀ ମିନତି ଦେହୁରୀଙ୍କ ବିରୁଦ୍ଧରେ ଆଣିଲେ ଅସମ୍ମାନ କରିଥିବା ଅଭିଯୋଗ। ଝିଅର ମୁମ୍ବାଇରେ ପାଠ ପଢିବା ଲାଗି ଟଙ୍କାର ଆବଶ୍ୟକତାକୁ ପୁରାଣ କରିବା ପାଇଁ ସେ GPF ଟଙ୍କା ଉଠେଇବାକୁ ଯାଇଥିବା ବେଳେ ପ୍ରଧାନ ଶିକ୍ଷୟତ୍ରୀ ଏଭଳି ବ୍ୟବହାର କରିଥିବାର କହିଲେ ଶିକ୍ଷୟତ୍ରୀ।

ଶିକ୍ଷୟତ୍ରୀ ସୌଦାମିନୀଙ୍କ କହିବା କଥା ଅନୁସାରେ ସେ GPF ଟଙ୍କା ଉଠାଇବାକୁ ଯାଇଥିବା ବେଳେ ପ୍ରଧାନ ଶିକ୍ଷୟତ୍ରୀ ତାଙ୍କୁ ଗାଳି ଗୁଲଜ କରିବା ସହ ସର୍ବ ସମ୍ମୁଖରେ ତାଙ୍କ କାନ ଧରି ସ୍କୁଲ ହତା ଭିତରୁ ବାହାର କରି ଦେଇଥିବା ଅଭିଯୋଗ କରି ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପହଞ୍ଚି ଜିଲ୍ଲାପାଳ ଅନୁପସ୍ଥିତ ଥିବାରୁ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ରଙ୍କୁ ଭେଟି ଭୋ ଭୋ କାନ୍ଦି, କାନ୍ଦି ନିଜର ଅଭିଯୋଗ ଶୁଣାଇ ଥିଲେ। ଦୁର୍ବ୍ୟବହାର କରିଥିବା ପ୍ରଧାନ ଶିକ୍ଷୟତ୍ରୀଙ୍କ ମତାମତ ମିଳି ପାରିନାହିଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.