Below header

ଆସନ୍ତାକାଲି ପ୍ରଥମାଷ୍ଟମୀ: ପଢ଼ୁଆଁ ହେବେ ବଡ଼ ଠାକୁର, ମହାପ୍ରଭୁଙ୍କ ପାଇଁ ମାମୁଁ ଘରୁ ଆସିଛି ଭାର

ପୁରୀ (କେନ୍ୟୁଜ): ଉତ୍କଳୀୟ ଇତିହାସ ରେ ପ୍ରଥମାଷ୍ଟମୀର ଏକ ସ୍ୱତନ୍ତ୍ରତା ଥିବା ବେଳେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଇଁ ମାଧବ ମନ୍ଦିରରୁ ଆସିଛି ପ୍ରଥମାଷ୍ଟମୀ ଭାର। ଶ୍ରୀ ମନ୍ଦିର ତ୍ସଲିପି ଓ ଇତିହାସରେ ମହାପ୍ରଭୁଙ୍କର ସେଭଳି କିଛି ମାମୁଁ ଘର ନଥିବା କୁହାଯାଉଥିଲେ ମଧ୍ୟ ଶ୍ରଦ୍ଧା ଓ ବିଶ୍ୱର ସହିତ ଗତ କିଛି ବର୍ଷ ହେଲା ପ୍ରଥମାଅଷ୍ଟମୀ ଭାର ଆସୁଅଛି। ରତ୍ନସିଂହାସନସ୍ଥ ମହାପ୍ରଭୁ ଶ୍ରୀଜଗନ୍ନାଥ ,ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ,ସୁଦର୍ଶନ ,ମାଧବ , ଭୂଦେବୀ ଓ ଶ୍ରୀଦେବୀଙ୍କ ପାଇଁ ପାଟବସ୍ତ୍ର ପଠାଯାଇଛି ।

ଶ୍ରୀ କ୍ଷେତ୍ର ରେ ସୃଷ୍ଟି ହୋଇଛି ଏକ ଆଧ୍ୟାତ୍ମିକ ପରିବେଶ। କଟକ ଜିଲ୍ଲା ନିଆଳି ମାଧବ ମନ୍ଦିର ରୁ ମାଧବା ନନ୍ଦ ଜୀଉ ବିକାଶ ପରିଷଦ ପକ୍ଷରୁ ପ୍ରଥମାଅଷ୍ଟମୀ ଅବସରରେ ନୂତନ ପଢୁଆଁ ବସ୍ତ୍ର ଶ୍ରୀ ଜଗନ୍ନାଥ ଙ୍କ ଉଦେଶ୍ଯ ରେ ଲାଗି କରିବା ପାଇଁ ଆଜି ଶ୍ରୀ ମନ୍ଦିର ପ୍ରଶାସନ କୁ ହସ୍ତାନ୍ତର କରାଯାଇଛି। ପ୍ରାଚୀ ନଦୀ ତଟ ରେ ଥିବା ନିଆଳି ମାଧବ ମନ୍ଦିର ରୁ ଭଜନ ଜଣାଣ ଓ ସଙ୍କୀର୍ତ୍ତନ ମାଧ୍ୟମ ରେ ବିଶାଳ ପଦଯାତ୍ରା ଗୁଣ୍ଡିଚା ମନ୍ଦିର ନିକଟରେ ପହଁଚିବା ପରେ ବଡଦାଣ୍ଡ ଦେଇ ଶ୍ରୀ ମନ୍ଦିର ପ୍ରଶାସନ କାର୍ଯା୍ଯଳୟ ରେ ପହଂଚିବ।

ପ୍ରଥମାଷ୍ଟମୀ ପୂର୍ବଦିନ ଅର୍ଥାତ ସପ୍ତମୀ ତିଥି ୧୫ ତାରିଖ ମଙ୍ଗଳବାର ଶ୍ରୀମାଧବଜିଉଙ୍କ ପୀଠରୁ ଏହି ପଢୁଆଁ ଭାରଯାତ୍ରା ବାହାରିଛି । ପୋଢୁଆଁ ସାମଗ୍ରୀ ଗୁଡ଼ିକ ମଧ୍ୟରେ ଅଛି – ଅରୁଆ ଚାଉଳ , ବିରି , ନଡ଼ିଆ , ଗୁଡ଼ , ପାଚିଲା କଦଳି ,ଘିଅ , ଚନ୍ଦନ କାଠ , କର୍ପୂର , ଅଗୁରୁ , ଯାଈଫଳ , ପାନ , ଗୁଆ , ଅଳେଇଚ , ଲବଙ୍ଗ ; ଗୋପାଳବଲ୍ଲଭ ପାଇଁ ବିଭିନ୍ନ ଫଳମୂଳ ଏବଂ ମହାପ୍ରଭୁଙ୍କ ବେଶ ଲାଗି ତୁଳସୀ ଓ ପଦ୍ମଫୁଲ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.