Below header

ସୁନା ଖରାପ ପଡିଲା କହିବାରୁ ଗ୍ରାହକଙ୍କୁ ପିଟିଲେ ଦୋକାନୀ, ଭାଇରାଲ୍ ହେଉଛି ଭିଡିଓ

ଭୁବନେଶ୍ୱର: ଗ୍ରାହକଙ୍କୁ ପିଟିଲେ ସୁନା ଦୋକାନୀ । ଘଟଣା ଘଟିଛି ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳରେ । ସୁନା କିଣିଥିବା ଜଣେ ଗ୍ରାହକ ବିବେକ ଦଶବାଟିଆ ସୁନା ଭଲ ନପଡ଼ିବା ଅଭିଯୋଗ ଆଣିବା ପରେ ମହିଳା ସୁନା ଦୋକାନୀ ତାଙ୍କୁ ରାସ୍ତା ଉପରେ ମାଡ ମାରିଛନ୍ତି । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ଏନେଇ ଗ୍ରାହକ ଜଣଙ୍କ ଖଣ୍ଡଗିରି ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଗ୍ରାହକ ଜଣଙ୍କ ଅଭିଯୋଗ ଅନୁସାରେ ୪ ବର୍ଷ ତଳେ ସେ ମହିଳାଙ୍କ ଦୋକାନରୁ ସୁନା କିଣିଥିଲେ । ଗତକାଲି ସେ ଏହି ଅଭିଯୋଗ ଆଣିବା ପରେ ପ୍ରଥମେ ମହିଳା ଜଣଙ୍କ ଏକ ଠେଙ୍ଗାରେ ମାଡ ମାରିଥିଲେ । ଏହାପରେ ମହିଳାଙ୍କ ହାତରୁ ଠେଙ୍ଗା ଛଡାଇ ଜଣେ ପୁରୁଷ ଗ୍ରାହକ ଜଣଙ୍କ ମାଡ ମାରିଥିଲେ । ଯାହାପରେ ଗ୍ରାହକ ଜଣଙ୍କ ଅସହାୟ ଅବସ୍ଥାରେ ସେଠାରୁ ଚାଲିଯାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.