ଖୁବଶୀଘ୍ର ଆସୁଛି ଧୋନୀଙ୍କ ୱେବ ସିରିଜ ! ଫଟୋ ସେୟାର କରି ସଙ୍କେତ ଦେଲେ ସାକ୍ଷୀ

ଭାରତୀୟ କ୍ରିକେଟ ଟିମର ପୂର୍ବରୁ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଲୋକପ୍ରିୟତା କେବଳ ଭାରତ ନୁହେଁ ବରଂ ବିଦେଶରେ ମଧ୍ୟ ରହିଛି। ଏବେ ବର୍ତ୍ତମାନ ଧୋନି ରାଞ୍ଚି ସ୍ଥିତ ନିଜ ଫାର୍ମ ହାଉସରେ ଅର୍ଗାନିକ ପନିପରିବା ଚାଷ କରୁଛନ୍ତି। ବଜାରରେ ଧୋନିଙ୍କ ଫାର୍ମ ହାଉସର ପରିବା ଚାହିଦା ମଧ୍ୟ ବହୁତ ରହିଛି। ଏବେ ଖୁବଶୀଘ୍ର ଧୋନିଙ୍କୁ ୱେବସିରିଜରେ ଦେଖିବାକୁ ମିଳିବ।

ଧୋନିଙ୍କ ପ୍ରଡକ୍ସନ୍ ହାଉସ୍ ଏକ ୱେବସିରିଜରେ କାମ କରୁଛି। ସିରିଜ୍ କେବେ ରିଲିଜ୍ ହେବ ତାହା ସ୍ପଷ୍ଟ ହୋଇନାହିଁ କିନ୍ତୁ ଧୋନିଙ୍କ ପତ୍ନୀ ସାକ୍ଷୀ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରିଥିବା ଏକ ଫଟୋକୁ ଦେଖିବା ପରେ ଧୋନିଙ୍କ ୱେବସିରିଜ୍ ଖୁବ ଶୀଘ୍ର ରିଲିଜ ହେବ ବୋଲି ପ୍ରଶଂସକ ଅନୁମାନ କରିଛନ୍ତି।

 

View this post on Instagram

 

A post shared by Sakshi Singh Dhoni (@sakshisingh_r)


ସାକ୍ଷୀ ଧୋନି ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ସେୟାର କରିଛନ୍ତି। ଫଟୋ ସେ ପ୍ରିୟାଂଶୁ ଚୋପ୍ରାଙ୍କ ସହ ନଜର ଆସିଛନ୍ତି। ଫଟୋ ସେୟାର୍ କରି ସେ ଲେଖିଛନ୍ତି, “ଆଉ କିଛି ଦିନ ବାକି ରହିଲା” ସାକ୍ଷୀ ଏହି ଫଟୋରେ ପ୍ରିୟାଂଶୁ ଚୋପ୍ରାଙ୍କୁ ମଧ୍ୟ ଟ୍ୟାଗ୍ କରିଛନ୍ତି। ସାକ୍ଷୀଙ୍କ ଫଟୋରେ ଅଭିନେତ୍ରୀ ପ୍ରିୟାଂଶୁ ପ୍ରତିକ୍ରିୟା ରଖି କହିଛନ୍ତି ”jittery” ଏହାସହ ସେ ଖୁସିର ଲୁହ ଓ ହାର୍ଟ ଇମୋଜୀ ମଧ୍ୟ ଡ୍ରପ୍ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.