୧୨୦୦ ଟଙ୍କାରୁ ବି କମ ମୂଲ୍ୟରେ ଲଞ୍ଚ ହେଲା Coolpadର ଦମଦାର Earbuds, ଜାଣି ରଖନ୍ତୁ କଣ ସବୁ ରହିଛି ସ୍ପେଶାଲ ଫିଚର୍ସ

ଭାରତୀୟ ବଜାରରେ ଏବେ କମ ଦାମରେ ଉନ୍ନତ ଧରଣର ଇୟର ବଡ଼ସ ଲଞ୍ଚ କରାଯାଉଥିବା ଦେଖାଯାଇଛି । ଏଭିତରେ ଚାଇନିଜ କମ୍ପାନୀ Coolpad, ୧୧୯୯ ଟଙ୍କାରେ ନିଜ ପ୍ରଥମ Earbuds Coolpad Cool Bass ଲଞ୍ଚ କରିଛି । ଏଥିରେ ଅନ୍ୟାନ ସ୍ପେସଫିକେସନ ଥିବା ସହ ଡିଜିଟାଲ ଡିଷ୍ପ୍ଲେ ସୁବିଧା ବି ରହିଛି । ଯେଉଁଥିରେ ବ୍ୟାଟେରୀ ଲେବଲ ସମେତ ପ୍ଲେ ଟାଇମ ପରି ତଥ୍ୟ ଖୁବ ସହଜରେ ପାଇପାରିବେ । ବ୍ଲାକ ଓ ବ୍ଲୁ ରଙ୍ଗରେ ଲଞ୍ଚ ହୋଇଥିବା ଏହି କୁଲପ୍ୟାଡ଼ର ଇୟର ବଡ଼ସ ଦେଖିବାକୁ ବି ଖୁବ ଆକର୍ଷଣୀୟ ହୋଇଛି । Coolpad Cool Bass ବଡ଼ସରେ ଡ଼ିପ ବେସ ଡ୍ରାଇଭର୍ସ, ୟୁଏସବି ଟାଇପ-ସି ଚାରଜିଙ୍ଗ ସହ ଅନେକ ଫିଚର୍ସ ମାନ ରହିଛି । ୧୩ mm dyanamic drivers ସାହାଯ୍ୟରେ ଡ଼ିପ ବେସ ସମେତ ପାୱାର ଫୁଲ ସାଉଣ୍ଡର ମଜା ନେଇ ପାରିବେ ।

ଏହାର ଓଜନ ବି ଖୁବ କମ ଓ ଡିଜାଇନ ବି ଖୁବ ଆକର୍ଷଣୀୟ । Cool Bassର ପ୍ରତିଟି Budsରେ 40mAh ବ୍ୟାଟେରୀ ଲାଗିଛି । ସିଙ୍ଗଲ ଚାର୍ଜରେ ୪.୫ ଘଣ୍ଟା ପର୍ଯ୍ୟନ୍ତ ଚାର୍ଜ ରଖିପାରିବ ବୋଲି କମ୍ପାନୀ ଦାବି କରିଛି । ଏହା ସହ ସିଙ୍ଗଲ ଚାର୍ଜରେ ୨୦ ଘଣ୍ଟା ପର୍ଯ୍ୟନ୍ତ କଲ କରିବା ସହ ମ୍ୟୁଜିକ ଶୁଣି ପାରିବେ । ଆଉ କମ୍ପାନୀର ଏହି ବଡ଼ସରେ କ୍ୱିକ ଚାରଜିଙ୍ଗ ଫିଚର ବି ଦିଆଯାଇଛି । ଯାହା ସାହାଯ୍ୟରେ ପ୍ରାୟ ୧୫ ମିନିଟରେ ୩ ଘଣ୍ଟା ପର୍ଯ୍ୟନ୍ତ ଚାର୍ଜ ହୋଇପାରିବ । ଯୁବ ପିଢ଼ିଙ୍କ ଚାହିଦାକୁ ଆଖି ଆଗରେ ରଖି ଏହାର ମୂଲ୍ୟ ବି କମ ରଖାଯାଇଛି । ଏହା କାନରେ ଖୁବ ସହଜରେ ଫିଟ ହେବା ସହ ଲିସନର୍ସ ମାନେ ବି ଖୁବ ସହଜରେ ବ୍ୟବହାର କରିପାରନ୍ତି । ବିଭିନ୍ନ ସୋସିଆଲ ନେଟୱର୍କିଙ୍ଗ ସାଇଟ ମାଧ୍ୟମରେ ଆପଣ ଏହାକୁ କିଣି ପାରିବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.