ଭଦ୍ରକ, ଯାଜପୁର, ବାଲେଶ୍ୱର ଜିଲ୍ଲାରୁ ଉଠିଲା ୬୦ଘଣ୍ଟିଆ ସଟ ଡାଉନ, ଜାରି ରହିବ ଲକ ଡାଉନ

ଭଦ୍ରକ, ଯାଜପୁର, ବାଲେଶ୍ୱର ଜିଲ୍ଲାରୁ ଉଠିଲା ସଟ ଡାଉନ । ଭଦ୍ରକ ଜିଲ୍ଲାରେ ହଟିଲା ୬୦ଘଣ୍ଟିଆ ସଟ୍‌ଡାଉନ୍‌ ଅବଧି । ତେବେ ସଟ୍‌ଡାଉନ୍‌ ଉଠିବା ପରେ ପୂର୍ବପରି ଲକ୍‌ଡାଉନ୍‌ କଟକଣା ଜାରି ରହିବ । ଏହି କଟକଣା ମଧ୍ୟରେ ଜିଲ୍ଲାର ସମସ୍ତ ଅଞ୍ଚଳରେ ଦୋକାନ ବଜାର ଖୋଲିବା ଉପରେ କିଛି ମାତ୍ରାରେ କଟକଣା କୋହଳ କରାଯିବ । ସକାଳ ୬ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ ଅନୁମତି ମିଳିଥିବା କିଛି ଦୋକାନ ଖୋଲା ରହିବ । ଜିନିଷ କିଣିବା ସମୟରେ ମାସ୍କ ପିନ୍ଧିବା ସହ ସମାାଜିକ ଦୂରତା ଅବଲମ୍ବନ କରିବାକୁ କୁହାଯାଇଛି । ତେବେ କଣ୍ଟେନମେଣ୍ଟ ଜୋନ୍‌ରେ କଟକଣା ବଳବତ୍ତର ରହିବ ।

shot down

କୌଣସି ବ୍ୟକ୍ତି ନିୟମ ଉଲଘଂନ କଲେ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ବର୍ତ୍ତମାନ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୬ରେ ପହଞ୍ଚିଥିବାବେଳେ ବାସୁଦେବପୁର, ଧାମନଗର, ତିହିଡି ଓ ଭଣ୍ଡାରୀପୋଖରୀ ବ୍ଲକର ୧୮ଟି ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଛି । ସେହିପରି ୬୦ଘଣ୍ଟା ପରେ ଯାଜପୁର ଜିଲ୍ଲାରେ ଶେଷ ହେଲା ସଟ୍‌ଡାଉନ୍‌ ଅବଧି। ୨୩ତାରିଖ ରାତି ୧୦ଟାରୁ ସଟ୍‌ଡାଉନ୍‌ ଆରମ୍ଭ ହୋଇଥିଲା । ତେବେ ଜିଲ୍ଲାରେ କରୋନା ସ୍ଥିତି ଗୁରୁତର ଥିବାରୁ ନିୟନ୍ତ୍ରଣ ପାଇଁ ଉଚ୍ଚସ୍ତରୀୟ ବୈଠକ ବସିଛି। ବୈଠକରେ ଜିଲ୍ଲାପାଳ ଏବଂ ଯାଜପୁର ବିଧାୟକ ଉପସ୍ଥିତ ଅଛନ୍ତି। ଗତକାଲି ଯାଜପୁରରେ ଆଉ ୬ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।

ଆକ୍ରାନ୍ତମାନେ ଦଶରଥପୁର ବ୍ଳକର ଦୁଇଟି ପଞ୍ଚାୟତର। ଏଥିସହ ଯାଜପୁର ଜିଲ୍ଲାର ଆକ୍ରାନ୍ତ ସଂଖ୍ୟା ୧୮ରେ ପହଞ୍ଚଛି। ଏହାକୁ ନେଇ ଏବେ ଚିନ୍ତା ବଢିଯାଇଛି। ଯାଜପୁର ଓ ଦଶରଥପୁର ବ୍ଲକ ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇପାରେ ବୋଲି ଆଶଙ୍କା କରାଯାଉଛି । ଉପରୋକ୍ତ ଦୁଇ ଜିଲ୍ଲା ପରି ବାଲେଶ୍ୱରରୁ ମଧ୍ୟ ସଟ ଡାଉନ ନିୟମକୁ ଉଠାଇ ଦିଆଯିଆଛି  ‌। ତେବେ ଲକ୍‌ଡାଉନ୍‌ ବଳବତ୍ତର ରହିଛି। ସେପଟେ ନେଳିଆବାଗରେ ବଢିଲା କେଣ୍ଟେନମେଣ୍ଟ ଅବଧି। ଆଉ ୭ଦିନ ପର୍ଯ୍ୟନ୍ତ ଅବଧିକୁ ଜିଲ୍ଲାପାଳ ବଢାଇଦେଇଛନ୍ତି। ଏଠାରେ ମେ ୨ ତାରିଖ ପର୍ଯ୍ୟନ୍ତ କେଣ୍ଟେନମେଣ୍ଟ ଅବଧି ବଳବତ୍ତର ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.