Below header

ଘରୁ କାମ କରିବା ପାଇଁ ଏହି ଟେଲିକମ୍‌ କମ୍ପାନୀ ଦେଉଛି ଭଲ ବ୍ରଡବ୍ୟାଣ୍ଡ ପ୍ଲାନ, ମିଳିବ ହାଇସ୍ପିଡ ଡାଟା

କରୋନା ଭାଇରସ ଯୋଗୁଁ ଦେଶରେ ଲକଡାଉନ ଚାଲିଛି। ଏଥିପାଇଁ ସମସ୍ତ କମ୍ପାନୀ ନିଜ କର୍ମଚାରୀଙ୍କ ସୁରକ୍ଷା ଦୃଷ୍ଟିରୁ ଘରୁ କାମ କରିବାର ଅନୁମତି ଦେଇଛି। ଏଥିପାଇଁ ଅଧିକାଂଶ ଲୋକ ଇଣ୍ଟରନେଟର ବ୍ୟବହାର କରୁଛନ୍ତି। ଏହାକୁ ଧ୍ୟାନରେ ରଖି ବିଏସଏନଏଲ ଏବଂ ଏୟାରଟେଲ ଭଳି ଟେଲିକମ୍‌ କମ୍ପାନୀ ବଜାରରେ ହାଇସ୍ପିଡ ବ୍ରଡବ୍ୟାଣ୍ଡ ପ୍ଲାନ ଆଣିଛନ୍ତି।

airtel

ଏଥିପାଇଁ ବିଏସଏନଏଲ ୟୁଜର୍ସଙ୍କ ପାଇଁ ୫୫୫ ଟଙ୍କିଆ ପ୍ଲାନ ଆଣିଛି। ଯେଉଁଥିରେ ୨୦ ଏମବିପିଏସ ସ୍ପିଡ ସହିତ ୧୦୦ ଜିବି ଡାଟା ମିଳୁଛି। ଏହାଛଡା ୟୁଜର୍ସଙ୍କୁ ଏହି ନେଟଓ୍ଵାର୍କକୁ ଅନଲିମିଟେଡ କଲିଂ କରିପାରିବେ। ଏହି ପ୍ଲାନ ମହାରାଷ୍ଟ୍ର ଏବଂ ଗୋଆ ସର୍କଲରେ ଉପଲବ୍ଧ। ଏହାଛଡା ବିଏସନଏନଏଲର ୭୪୯ ଟଙ୍କିଆ ପ୍ଲାନରେ ୫୦ ଏମବିପିଏସ ସ୍ପିଡ ସହିତ ୩୦୦ ଜିବି ଡାଟା ମିଳୁଛି। ଏହା ଦେଶରେ ସବୁ ସର୍କଲରେ ଉପଲବ୍ଧ।

home

ସେହିପରି ଏୟାରଟେଲର ୭୯୯ ଟଙ୍କିଆ ପ୍ଲାନରେ ୧୦୦ ଏମବିପିଏସ୍‌ ସ୍ପିଡ ସହିତ ୧୫୦ ଜିବି ଡାଟା ମିଳିବା ସହିତ କଲିଂ କରିବା ପାଇଁ ଲ୍ୟାଣ୍ଡଲାଇନ କନେକ୍ସନ ମଧ୍ୟ କରିପାରିବେ। ସେହିପରି ଏୟାରଟେଲର ଅନ୍ୟ ଏକ ୯୯୯ ଟଙ୍କିଆ ପ୍ଲାନରେ ୨୦୦ ଏମବିପିଏସ ସ୍ପିଡ ସହିତ ୩୦୦ ଜିବି ଡାଟା ମିଳିବ। ଏହାକସହିତ ଗ୍ରାହକଙ୍କୁ ଲ୍ୟାଣ୍ଡଲାଇନ କନେକ୍ସନ ଯୋଗୁଁ ଅନଲିମିଡେଟ କଲିଂ କରିବାର ସୁବିଧା ମିଳିବ। କେବଳ ଏତିକି ନୁହେଁ, ଉପଭୋକ୍ତା ଏଥିରେ ପ୍ରିମିଅମ ଆପ୍ସର ସବସ୍କ୍ରିପସନ ମାଗଣାରେ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.