ଶ୍ରୀମନ୍ଦିରରେ ସେବାୟତଙ୍କ ମଧ୍ୟରେ ବିବାଦ, ସାରା ରାତି ଅନିଦ୍ରା ରହିଛନ୍ତି ମହାପ୍ରଭୁ

ଶ୍ରୀମନ୍ଦିରରେ ସେବାୟତଙ୍କ ଅଂହକାର ସୀମା ଟପିଛି। ରବିବାର ସାରା ରାତି ମହାପ୍ରଭୁ ଅନିଦ୍ରା ରହିଛନ୍ତି। ନୀତି ବିଳମ୍ବ ପାଇଁ ପହୁଡ଼ ହୋଇ ନପାରିବାରୁ ଗତକାଲି ପ୍ରାୟ ୭ଟା ୨୦ରେ ବିନା ପହୁଡ଼ରେ ମହାପ୍ରଭୁଙ୍କ ଦୈନନ୍ଦିନ ନୀତି ଆରମ୍ଭ ହୋଇଛି।

ପୁରୀ (କେନ୍ୟୁଜ): ନଷ୍ଟ ହେଲା ୧୨ ହଜାର ଲୋକଙ୍କ ମହାପ୍ରସାଦ। ସିଂହାରି-ସୁଆର ମହାସୁଆର ସେବକ ବିବାଦ ଯୋଗୁ ଏଭଳି ସ୍ଥିତି ଉପୁଜିଛି। ରବିବାର ସାରା ରାତି ମହାପ୍ରଭୁ ଅନିଦ୍ରା ରହିଛନ୍ତି। ନୀତି ବିଳମ୍ବ ପାଇଁ ପହୁଡ଼ ହୋଇ ନପାରିବାରୁ ଗତକାଲି ପ୍ରାୟ ୭ଟା ୨୦ରେ ବିନା ପହୁଡ଼ରେ ମହାପ୍ରଭୁଙ୍କ ଦୈନନ୍ଦିନ ନୀତି ଆରମ୍ଭ ହୋଇଛି। ଗତକାଲି ଦିନ ପ୍ରାୟ ସାଢ଼େ ୧୨ଟାରେ ପ୍ରଥମ ଭୋଗମଣ୍ଡପ ଶେଷ ହୋଇଥିଲା । ଅପରାହ୍ଣ ୪ଟା ୩୫ରେ ଦ୍ବିତୀୟ ଭୋଗମଣ୍ଡପ ଶେଷ ହୋଇଥିଲା। ଏହାପରେ ଭୋଗମଣ୍ଡପ ପୂଜା ହୋଇ ଭୋଗମଣ୍ଡପ ଘରୁ ମହାପ୍ରସାଦ ବାହାରିଥାନ୍ତା।

କିନ୍ତୁ ପୂଜା ପୂର୍ବରୁ ଶ୍ରୀମନ୍ଦିର ଭିତରେ ରକ୍ତ ପଡ଼ିଥିବା ଦେଖବାକୁ ମିଳିଥିଲା। ଏଣୁ ଭୋଗମଣ୍ଡପ ପୂଜା ବନ୍ଦ କରି ବଡ଼ ମହାସ୍ନାନ କରାଯାଇଥିଲା। ବଡ଼ ମହାସ୍ନାନ ପୂଜା ଶେଷ ପରେ ଭୋଗମଣ୍ଡପ ପୂଜା ଶେଷ କରିବାକୁ ୟୁପକାର ସେବକମାନେ ସିଂହାରୀ ସେବକଙ୍କୁ ନିବେଦନ କରିଥିଲେ। ହେଲେ ସିଂହାରୀ ସେବକମାନେ ନିଜ ଜିଦରେ ଅଟଳ ରହିଥିଲେ। ସେପଟେ ବିବାଦ କାରଣରୁ ୧୨ହଜାର ଲୋକଙ୍କ ବରାଦି ମହାପ୍ରସାଦ ନଷ୍ଟ ହୋଇଛି। ବାସି ହୋଇଯିବାରୁ ଏହାକୁ ଫିଙ୍ଗାଯାଇଛି।