Below header

ଏଥର ରେକର୍ଡ ଭାଙ୍ଗିବ ରାଜଧାନୀ ତାତି ! ଫେବ୍ରୁଆରୀ ପ୍ରଥମ ସପ୍ତାହରେ ପାରଦ ଡେଇଁଲାଣି ୩୪ ଡିଗ୍ରୀ

ରାଜ୍ୟର ବିଭିନ୍ନ ସ୍ଥାନରେ ଦିନ ତାପମାତ୍ରା ବୃଦ୍ଧି ପାଇଛି । ଫେବ୍ରୁଆରୀ ପ୍ରଥମ ସପ୍ତାହରେ ପାରଦ ଡେଇଁଲାଣି ୩୪ ଡିଗ୍ରୀ । ଗତକାଲି ରାଜ୍ୟରେ ଟିଟିଲାଗଡ଼ରେ ସବୁଠୁ ଅଧିକ ରହିଥିଲା ଦିନ ତାପମାତ୍ରା । ସେଠାରେ ସର୍ବୋଚ୍ଚ ତାପମାତ୍ରା ୩୪.୫ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଥିଲା ।

ଭୁବନେଶ୍ୱର (କେନ୍ୟୁଜ): ମାଘରେ ବାଘ ଖରା। ଏଥର ବିଳମ୍ବରେ ଶୀତ ପଡ଼ିଥିଲା । ହେଲେ ଯଲଦି ତାତି ଫେରିଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଦିନ ତାପମାତ୍ରା ବୃଦ୍ଧି ପାଇଛି । ଫେବ୍ରୁଆରୀ ପ୍ରଥମ ସପ୍ତାହରେ ପାରଦ ଡେଇଁଲାଣି ୩୪ ଡିଗ୍ରୀ । ଗତକାଲି ରାଜ୍ୟରେ ଟିଟିଲାଗଡ଼ରେ ସବୁଠୁ ଅଧିକ ରହିଥିଲା ଦିନ ତାପମାତ୍ରା । ସେଠାରେ ସର୍ବୋଚ୍ଚ ତାପମାତ୍ରା ୩୪.୫ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଥିଲା ।

ସେହିପରି ଭବାନୀପାଟଣାରେ ପାରଦ ଥିଲା ୩୪.୨ ଡିଗ୍ରୀ । ମାଲକାନଗିରି ଓ ପାରଳାଖେମୁଣ୍ଡିରେ ରେକର୍ଡ ହୋଇଛି ୩୪ ଡିଗ୍ରୀ ସେଲସିୟସ୍ ତାପମାତ୍ରା । ଭୁବନେଶ୍ବରରେ ଦିନ ତାପମାତ୍ରା ୩୨.୯ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଥିଲା । ଗତକାଲି ରାଜ୍ୟରେ ୨୮ ସହରରେ ଦିନ ତାପମାତ୍ରା ୩୦ ଡିଗ୍ରୀ କିମ୍ବା ତାଠୁ ଅଧିକ ରହିଥିଲା । ପ୍ରଶାନ୍ତ ମହାସାଗରରେ ଏଲନିନୋ ସକ୍ରିୟ ରହୁଥିବାରୁ ଏବେଟୁ ଗରମ ଅନୁଭୂତ ହେଉଛି । ଏବେ ରାତିର ତାପମାତ୍ରା କମିଥିବା ବେଳେ କୁହୁଡ଼ି ପଡୁଛି । ଆଜି ଉପକୂଳ ଓଡ଼ିଶାର କିଛି ସ୍ଥାନରେ ଦେଖିବାକୁ ମିଳିଛି ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି । କାଲି ପାଇଁ ଦକ୍ଷିଣ ଉପକୂଳ ଓଡ଼ିଶାର କିଛି ସ୍ଥାନ ସହ ଉତ୍ତର ଉପକୂଳ ଓ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାକୁ କୁହୁଡ଼ି ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.