ଆଜି ଓଡ଼ିଶା ଆସୁଛନ୍ତି ରାହୁଲ ଗାନ୍ଧି, ଦୁଇ ଦିନ ଧରି ସୁନ୍ଦରଗଡ଼ରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ

ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ଓଡ଼ିଶା ଆସୁଛନ୍ତି ରାହୁଲ ଗାନ୍ଧି । ଆଜି ପହଞ୍ଚିବେ ରାହୁଲ ଗାନ୍ଧି । ଦୁଇ ଦିନ ଧରି ସୁନ୍ଦରଗଡ଼ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ରାହୁଲ ଗାନ୍ଧି । ଓଡ଼ିଶା-ଝାଡ଼ଖଣ୍ଡ ସୀମା ବାଁଶଜୋର ଦେଇ ସୁନଦ୍ରଗଡ଼ ଜିଲ୍ଲା ବୀରମିତ୍ରପୁରରେ ପହଞ୍ଚିବ।

ଭୁବନେଶ୍ୱର (କେନ୍ୟୁଜ): ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ଓଡ଼ିଶା ଆସୁଛନ୍ତି ରାହୁଲ ଗାନ୍ଧି । ଆଜି ପହଞ୍ଚିବେ ରାହୁଲ ଗାନ୍ଧି । ଦୁଇ ଦିନ ଧରି ସୁନ୍ଦରଗଡ଼ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ରାହୁଲ ଗାନ୍ଧି । ଓଡ଼ିଶା-ଝାଡ଼ଖଣ୍ଡ ସୀମା ବାଁଶଜୋର ଦେଇ ସୁନଦ୍ରଗଡ଼ ଜିଲ୍ଲା ବୀରମିତ୍ରପୁରରେ ପହଞ୍ଚିବ। ସେଠାରୁ ୧୧ କିଲୋମିଟର ଯାତ୍ରା କରି ରାହୁଲ ରାମପାଲର ବିଜାବାହାଲ ଠାରେ ରାତ୍ରିଯାପନ କରିବେ। ୭ ତାରିଖ ସକାଳେ ରାଉରକେଲା ସହରର ଆମ୍ବେଦକର ଛକରୁ ପାନପୋଷ ଛକ ଯାଏ ଭାରତ ଯୋଡୋ ନ୍ୟାୟର ପଦଯାତ୍ରାରେ ସାମିଲ ହେବେ ।

ରାଜଗାଙ୍ଗପୁରର ରାଣିବନ୍ଧ ପଡ଼ିଆରେ ଏକ ସାଧାରଣ ସଭାରେ ଯୋଗ ଦେବେ ରାହୁଲ । କୁତ୍ରା, ବଡଗାଁ ରାସ୍ତା ଦେଇ କାଲି ସନ୍ଧ୍ୟାରେ ପହଞ୍ଚିବେ ଝାରସୁଗୁଡ଼ାରେ । ସେଠାରେ ରାତ୍ରି ରହଣୀ ରହିଛି । ୮ ତାରିଖରେ ଝାରସୁଗୁଡା ସହରାଞ୍ଚଳ, ବ୍ରଜରାଜନଗର, ବେଲପାହାଡ଼, ଲଖନପୁର ହୋଇ ଛତିଶଗଡ଼ ସୀମାନ୍ତ କନକତୁରାରେପହଞ୍ଚିବେ । ତାପରେ ଛତିଶଗଡ଼ ଯିବ ଭାରତ ଯୋଡୋ ନ୍ୟାୟ ଯାତ୍ରା । ରାହୁଲଙ୍କ ଗସ୍ତକୁ ନେଇ କଂଗ୍ରେସ ଶିବିର ଉତ୍ସାହିତ । ସେ କଣ କହିବେ ତାକୁ ଅପେକ୍ଷା କରିଛନ୍ତି ଦଳୀୟ ନେତା ଓ କର୍ମୀ । ଆସନ୍ତା ସାଧାରଣ ନିର୍ବାଚନରେ ଏହାର ପ୍ରଭାବ କେବେଳ ପଶ୍ଚିମ ଓଡ଼ିଶା ନୁହେଁ ବରଂ ସାରା ଓଡ଼ିଶାରେ ପଡିବ ବୋଲି କଂଗ୍ରେସ କହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.