ବ୍ରିଟେନର ରାଜା କିଙ୍ଗ ଚାର୍ଲ୍ସଙ୍କୁ କ୍ୟାନସର, ବକିଙ୍ଗହମ୍ ପ୍ୟାଲେସ୍ ପକ୍ଷରୁ ସୂଚନା

ବ୍ରିଟେନର ରାଜା ଚାର୍ଲ୍ସଙ୍କୁ କ୍ୟାନସର । ଡାକ୍ତରୀ ପରୀକ୍ଷା ସମୟରେ ରାଜା ଚାର୍ଲ୍ସ ତୃତୀୟଙ୍କ କ୍ୟାନସର ଚିହ୍ନଟ ହୋଇଛି । କିଙ୍ଗ ଚାର୍ଲ୍ସ ଏକ ପ୍ରକାର କର୍କଟ ରୋଗରେ ପୀଡିତ ଥିବା ବକିଙ୍ଗହମ୍ ପ୍ୟାଲେସ୍ ପକ୍ଷରୁ ସୂଚନା ଦିଆଯାଇଛି।

ନୂଆଦିଲ୍ଲୀ : ବ୍ରିଟେନର ରାଜା ଚାର୍ଲ୍ସଙ୍କୁ କ୍ୟାନସର । ଡାକ୍ତରୀ ପରୀକ୍ଷା ସମୟରେ ରାଜା ଚାର୍ଲ୍ସ ତୃତୀୟଙ୍କ କ୍ୟାନସର ଚିହ୍ନଟ ହୋଇଛି ।  କିଙ୍ଗ ଚାର୍ଲ୍ସ ଏକ ପ୍ରକାର କର୍କଟ ରୋଗରେ ପୀଡିତ ଥିବା ବକିଙ୍ଗହମ୍ ପ୍ୟାଲେସ୍ ପକ୍ଷରୁ ସୂଚନା ଦିଆଯାଇଛି । ଏହା ପ୍ରୋଷ୍ଟେଟ କର୍କଟ ନୁହେଁ ବରଂ ନିକଟରେ ହୋଇଥିବା ପ୍ରୋଷ୍ଟେଟର ଚିକିତ୍ସା ସମୟରେ ଚିହ୍ନଟ ହୋଇଥିଲା । ତେବେ କର୍କଟ ରୋଗର ପ୍ରକାର ଏପର୍ଯ୍ୟନ୍ତ ଜଣାପଡିନାହିଁ । ପ୍ରୋଷ୍ଟେଟ ଚିକିତ୍ସା ପାଇଁ ୭୫ ବର୍ଷିୟ କିଙ୍ଗ ଚାର୍ଲ୍ସ ଗତ ମାସରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ସୋମବାର ବକିଙ୍ଗହମ୍ ପ୍ୟାଲେସ୍ ପକ୍ଷରୁ କୁହାଯାଇଛି ରାଜ ଚାର୍ଲ୍ସ ତାଙ୍କ ସମସ୍ତ ସର୍ବସାଧାରଣ କାର୍ଯ୍ୟକୁ ସ୍ଥଗିତ ରଖିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.