ଆଖଣ୍ଡଳମଣୀ ପୀଠରେ ଅଘଟଣ : ୨୦ ଫୁଟ ତଳକୁ ଧସିଲା ଡ୍ରେନ୍ ଓ ସୁରକ୍ଷା ପାଚେରୀ

ଆରଡି ଆଖଣ୍ଡଳମଣୀ ପୀଠରେ ୨୦ ଫୁଟ ତଳକୁ ଧସିଲା ଡ୍ରେନ୍ ଓ ସୁରକ୍ଷା ପାଚେରୀ । ଗତକାଲି ବିଳମ୍ବିତ ରାତିରେ ଆଖଣ୍ଡଳମଣୀ ପୀଠରେ ଶିବଗଙ୍ଗା ପୋଖରୀକୁ ଲାଗି ଥିବା ଏକ ୪୦ ଫୁଟ ଲମ୍ୱର ଡ୍ରେନ ଓ ତାର ସୁରକ୍ଷା ପାଚେରୀ ୨୦ ଫୁଟ ତଳକୁ ଧସିଯାଇଛି ।

ଚାନ୍ଦବାଲି (କେନ୍ୟୁଜ): ଆରଡି ଆଖଣ୍ଡଳମଣୀ ପୀଠରେ ୨୦ ଫୁଟ ତଳକୁ ଧସିଲା ଡ୍ରେନ୍ ଓ ସୁରକ୍ଷା ପାଚେରୀ । ଗତକାଲି ବିଳମ୍ବିତ ରାତିରେ ଆଖଣ୍ଡଳମଣୀ ପୀଠରେ ଶିବଗଙ୍ଗା ପୋଖରୀକୁ ଲାଗି ଥିବା ଏକ ୪୦ ଫୁଟ ଲମ୍ୱର ଡ୍ରେନ ଓ ତାର ସୁରକ୍ଷା ପାଚେରୀ ୨୦ ଫୁଟ ତଳକୁ ଧସିଯାଇଛି । ଫଳରେ ପୋଖରୀ ପାଖ ରାସ୍ତା ସାରା ବଡ ବଡ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ଶିବଗଙ୍ଗା ପୁଷ୍କରଣୀକୁ ଶୁଖାଯାଇ କାମ ଜାରି ରହିଛି । ଏହି କାମ ସମୟରେ ଉକ୍ତ ଡ୍ରେନ ଓ ପାଚେରୀ କଡ଼ରୁ ମାଟି ଖୋଳି ନେବାରୁ ଡ୍ରେନ ସହ ପାଚେରୀ ଧସିଥିବା କୁହାଯାଉଛି ।