ନୃଶଂସତାର ସୀମା ଟପିଲା ବୋହୂ : ଖାଇବା ମାଗିବାରୁ ବୃଦ୍ଧା ଶାଶୁଙ୍କୁ ଫିଙ୍ଗି ଦେଲା କେନାଲକୁ

ସଇତାନ ବୋହୂ । ଖାଇବା ମାଗିବାରୁ ବୃଦ୍ଧା ଶାଶୁଙ୍କୁ କେନାଲଙ୍କୁ ଫିଙ୍ଗି ଦେଲା l ସମ୍ବଲପୁରରୁ ଆସିଛି ଏହି ହୃଦୟ ବିଦାରକ ଘଟଣା ।

ସମ୍ବଲପୁର (କେନ୍ୟୁଜ): କଥାରେ ଅଛି ବାପା ମା’ ହେଉଛନ୍ତି ପିଲାମାନଙ୍କ ପ୍ରଥମ ଭଗବାନ । ସକାଳୁ ସକାଳୁ ପାଦ ଧୂଳି ନେଇ ମୁଁଣ୍ଡରେ ମାରିଲେ ଦିନ ଭଲରେ କଟିଥାଏ, ସବୁ କାମ ସଫଳ ହୋଇଥାଏ । କିନ୍ତୁ ଆଜିକାଲି ପୁଅ, ବୋହୂ ବାପା ମା’ଙ୍କୁ ଯେଉଁଭଳି ଭାବେ ବ୍ୟବହାର କରୁଛନ୍ତି ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ସମ୍ବଲପୁରରୁ ଆସିଛି ଏହିପରି ଏକ ହୃଦୟ ବିଦାରକ ଘଟଣା । ଖାଇବା ମାଗିବାରୁ ବୃଦ୍ଧା ଶାଶୁଙ୍କୁ କେନାଲଙ୍କୁ ଫିଙ୍ଗି ଦେଲା ବୋହୂ।  ସ୍ବାମୀକୁ କବାଟ କିଳି ଶାଶୁଙ୍କୁ କେନାଲକୁ ଫିଙ୍ଗି ଦେଇଥିବା ପରି ଘଟଣା ସାମ୍ନାକୁ ଆସିଛି ।  ତେବେ ଘଟଣାରେ ବୁର୍ଲା ପୋଲିସ ବୋହୁ ସବିତା ଭୁଏଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଳାଣ କରିଥିବାବେଳେ ଶାଶୁ ଲୟ ଭୁଏ ଭୀମସାରରେ ଚିକିତ୍ସିତ ହେଉଛନ୍ତି।

ସୂଚନା ଅନୁସାରେ ବୃଦ୍ଧା ଲୟ ଭୁଏ ପୁଅ ବୋହୂ ସହ ଚିପିଲିମା ମଝିପାଲିରେ ରହନ୍ତି । ତେବେ ବୋହୂକୁ ଖାଇବା ମାଗିଥିଲେ ଶାଶୁ । ହେଲେ ଝଗଡା କରିବା ସହ ବୋହୂ ଜଣକ ପ୍ରଥମେ ସ୍ବାମୀ ରାଧେଶ୍ଯାମକୁ କବାଟ କିଳି ଦେଇଥିଲେ ।  ପରେ ଶାଶୁର ପାଟି ଚିପି ସ୍ଥାନୀୟ ଚିପିଲିମା କେନାଲରେ ଫୋଫାଡି ଦେଇଥିଲେ । ତେବେ ଖବର ପାଇ ପୋଲିସ ଅଗ୍ନିଶମ ବାହିନୀ ସହାୟତାରେ ବୃଦ୍ଧାଙ୍କୁ ଉଦ୍ଧାର କରିଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.