ପାଠ୍ଯ ପୁସ୍ତକରେ ଜଗନ୍ନାଥ ସଂସ୍କୃତିର କଦର୍ଥ : ପ୍ରତିବାଦରେ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ଭୁବନେଶ୍ବର: ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନାର କେତେକ ପାଠ୍ୟ ପୁସ୍ତକରେ ଶ୍ରୀଜଗନ୍ନାଥ ଏବଂ ସନାତନ ଧର୍ମକୁ କଦର୍ଥ କରାଯାଇଛି। ଏହାର ପ୍ରତିବାଦରେ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ସିଂହଦ୍ୱାର ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ‘ଜୟାମ୍ମା ଜୟମ୍ ସିରିଜ’ ଆର୍ଟ ଏଜୁକେସନ୍ ପ୍ରକାଶନୀ ପକ୍ଷରୁ ଜି. ରାଧାକ୍ରିଷ୍ଣନ୍ ଓ  ଡକ୍ଟର ଏନ. ସୁବାରାଇଡୁଙ୍କ ଦ୍ୱାରା ଲିଖିତ ପୁସ୍ତକରେ ଜଗନ୍ନାଥ ଧର୍ମକୁ ବିକୃତ କରାଯାଇଥିବା ଅଭିଯୋଗ କରିଛି ଜଗନ୍ନାଥ ସେନା। ତୁରନ୍ତ ପାଠ୍ୟକ୍ରମରୁ ଏହାକୁ ହଟାଇବା ପାଇଁ ସେନା ପକ୍ଷରୁ କେନ୍ଦ୍ର ମାନବ ସଂବଳ ବିକାଶ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.