Below header

ବସ ଷ୍ଟପରେ ଗଲା ଜୀବନ: କାର ଧକ୍କାରେ ୬ ମୃତ

ତାମିଲନାଡୁ : ବସକୁ ଅପେକ୍ଷା କରିଥିଲେ ଲୋକ। ହେଲେ ସେମାନଙ୍କ ଉପରେ କାର୍ ଚଢିଗଲା। ଏମିତି ଏକ ଅଭାବନୀୟ ଘଟଣା ଘଟିଛି କୋଇମ୍ବାଟୁରରେ। କୋଇମ୍ବାଟୁର ସୁନ୍ଦରପୁରମର ଏକ ବସଷ୍ଟାଣ୍ଡରେ ଲୋକ ଅପେକ୍ଷା କରିଥିବାବେଳେ ଏକ କାର ଦ୍ରୁତ ଗତିରେ ଆସି ସେମାନଙ୍କ ଉପରେ ମାଡ଼ି ଯାଇଥିଲା। ଏଥିରେ ୬ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଜଣେ ଆହତ ହୋଇଛନ୍ତି। କାର ଡ୍ରାଇଭରକୁ ଗିରଫ କରାଯାଇଛି। ସେପଟେ ଉତ୍ତର ପ୍ରଦେଶରେ ରାସ୍ତାର ୫୦ ଫୁଟ ତଳକୁ ଖସିପଡ଼ିଲା କାର୍। ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ ୱେର ଏକ ସର୍ଭିସ ରୋଡ୍ ଧସିଯିବା ଫଳରେ ଏହି ଦୁର୍ଘଟଣା ଘଟିଛି। ଅଖିଲେଶ ଯାଦବଙ୍କର ଏହି ଏକ୍ସପ୍ରେସ ୱେ ଡ୍ରିମ୍ ପ୍ରୋଜେକ୍ଟ ଥିଲା। ଏହାର ଉଦଘାଟନ ବେଳେ ରାସ୍ତାରେ ଫାଇଟର ପ୍ଲେନ୍ ଅବତରଣ କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.