Below header

ଗ୍ଲୋଇଙ୍ଗ୍ ତ୍ବଚା ପାଇଁ ଏହି ୬ଟି ତେଲ !

ତ୍ବଚା ଚେହେରାର ହେଉକି ହାତ ଗୋଡର ଏହାର ଯତ୍ନ ନେବା ଜରୁରି ଅଟେ କାହିଁକି ନା କୌଣସି ବ୍ୟକ୍ତିଙ୍କ ସହ ଦେଖା ହେବାକୁ ଯିବା ସମୟରେ ତାଙ୍କର ପ୍ରଥମ ନଜର ଆପଣଙ୍କର ତ୍ବଚା ଉପରେ ହିଁ ପଡିଥାଏ । ଆପଣଙ୍କ ତ୍ବଚା ଯେତେ ସୁନ୍ଦର ରହିବ ଆପଣଙ୍କ ସୁନ୍ଦରରତା ସେତେ ବଢିବ । ଏମିତି କିଛି ତେଲ ବିଷୟରେ ଆଜି ଆମେ ଆପଣଙ୍କୁ ଜଣାଇବୁ ଯାହାକୁ ନିୟମିତ ବ୍ୟବହାର କରିବା ଦ୍ବାରା ଆପଣଙ୍କ ତ୍ବଚାରେ ଉଜ୍ଜଳତା ଆସିଥାଏ ।

• ସୋରିଷ ତେଲ : ପ୍ରଚିନ ଭାରତୀୟକାଳରୁ ସୋରିଷ ତେଲର ମହତ୍ବ ରହିଛି । ସୋରିଷ ତେଲ ଓମେଗା ୩ ଏବଂ ଓମେଗା ୬ ଫାଟି ଏସିଡ୍, ଭିଟାମିନ୍ ଇ ଓ ଆଣ୍ଟିଅକ୍ସିଡେଣ୍ଟରେ ଭରପୂର ହୋଇଥାଏ । ଏହାର ପ୍ରାକୃତିକ ଗୁଣ ପାଇଁ ସର୍ବଦା ଆୟୁର୍ରବେଦରେ ବ୍ୟବହାର କରାଯାଏ । ତ୍ବଚାରେ ହେଉଥିବା ଟୋନିଙ୍ଗ ଏବଂ କଳା ଦାଗରୁ ରକ୍ଷା ପାଇବା ପାଇଁ ନିୟମିତ ସୋରିଷ ତେଲ ବ୍ୟବହାର କରନ୍ତୁ । ଏହା ଦ୍ବାରା ତ୍ବଚାରେ ଚମକ ଆସିଥାଏ ।

• ବାଦାମ ତେଲ : ବାଦାମ ତେଲରେ ଭିଟାମିନ୍ ଏ, ବି ଓ ଇ ରହିଥାଏ । ଯାହା ତ୍ବଚାର ରଙ୍ଗର ଆହୁରି ଅଧିକ ବଢାଇଥାଏ । ଏହି ତେଲ ତ୍ବଚାରେ ଲକଗଇବା ଦ୍ବାରା ତ୍ବଚା ମୁଲାୟମ୍ ରହିବା ସହ ଅଧିକ ସୁନ୍ଦର ଦେଖାଯାଇଥାଏ । ଏହା ତ୍ବଚାକୁ ବୁଢାହେବାରୁ ବଂଚାଇଥାଏ ।

• ନଡିଆ ତେଲ : ସୂର୍ୟ୍ୟକିରଣରୁ ରକ୍ଷା ପାଇବା ପାଇଁ ନିୟମିତ ନଡିଆ ତେଲ ବ୍ୟବହାର କରନ୍ତୁ । ସକାଳ ଏବଂ ସଂଜରେ ନିୟମିତ ନଡିଆ ତେଲରେ ମାଲିସ୍ କରନ୍ତୁ ଦେଖିବେ କିଛି ଦିନରେ ଆପଣଙ୍କର ତ୍ବଚା ଗୋରା ହୋଇଥାଏ ଏବଂ ସୁନ୍ଦର ଦେଖାଯାଇଥାଏ ।

• ଅଲିଭ୍ ତେଲ : ତ୍ବଚା ପାଇଁ ଅଲିଭ୍ ତେଲ ଲାଭଦାୟକ ହୋଇଥାଏ । ଗାଧୋଇବା ପରେ ନିୟମିତ ଲଗାନ୍ତୁ ଏହି ତେଲକୁ ଦେଖିବେ ଆପଣଙ୍କ ତ୍ବଚା ଦିନ ସାରା ଲାଇଟିଙ୍ଗ କରିବା ସହ ତ୍ବଚାର ସମସ୍ତ କାଳା ଦାଗ ଦୂର କରିଥାଏ । ବେକରେ ମଧ୍ୟ ଲଗାନ୍ତୁ ଏହା ଦ୍ବାରା ବେକରେ ଥିବା ମଇଳା ସଫା ହେବା ସହ ତ୍ବଚାକୁ ଉଜ୍ଜଳ କରିଥାଏ ।

• ରାଶି ତେଲ : ରାଶି ତେଲକୁ ଆପଣ ସହଜରେ ବଜାରରେ ପାଇ ପାରିବା ଏବଂ ଏହାର ମୂଲ୍ୟ ମଧ୍ୟ ଖୁବ୍ କମ୍ ହୋଇଥାଏ । ତେଣୁ ଏହି ତେଲକୁ ଆପଣ ଆପଣଙ୍କ ତ୍ବଚାରେ ନିୟମିତ ବ୍ୟବହାର କରିପାରିବେ । ଏହି ତେଲରେ ପ୍ରାକୃତିକ ଗୁଣ ରହିଥିବାରୁ ଏହା ଆମ ତ୍ବଚାକୁ ସୂର୍ୟ୍ୟକିରଣଙ୍କ ଉତାପରୁ ରକ୍ଷା କରିଥାଏ ଏବଂ ତ୍ବଚା କଳା ପଡିବାରୁ ରକ୍ଷା କରିଥାଏ ।

• ୱଲନଟ୍ ତେଲ : ଏହି ତେଲରେ ପ୍ରଚୁର ପରିମାଣରେ ପ୍ରୋଟିନ୍ ଏବଂ ଭିଟାମିନସ୍ ରହିଥିବା କାରଣରୁ ଏହା ତ୍ବଚା ପାଇଁ ନହାତି ଜରୁରୀ ହୋଇଥାଏ । ୱଲନଟ୍ ଖାଇବା ଦ୍ବାରା ଆମକୁ ଅନେକ ରୋଗରୁ ମୁକ୍ତି ମିଳିଥାଏ । ଅନେକ ବିୟୁଟି ଟ୍ରିଟମେଣ୍ଟରେ ମଧ୍ୟ ଏହାକୁ ବ୍ୟବହାର କରାଯାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.