Below header

ବନକ ଲାଗି ନୀତି ପ୍ରସଙ୍ଗ: ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ପୂର୍ବାହ୍ନ ୧୧ଟାରେ ନୀଳାଦ୍ରି ଭକ୍ତ ନିବାସରେ ଗଜପତି ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ । ମହାପ୍ରଭୁଙ୍କ ବନକ ଲାଗି ନୀତି ମୁଖ୍ୟ ପ୍ରସଙ୍ଗ ରହିବ ।

ପୁରୀ (କେନ୍ୟୁଜ): ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ପୂର୍ବାହ୍ନ ୧୧ଟାରେ ନୀଳାଦ୍ରି ଭକ୍ତ ନିବାସରେ ଗଜପତି ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ । ମହାପ୍ରଭୁଙ୍କ ବନକ ଲାଗି ନୀତି ମୁଖ୍ୟ ପ୍ରସଙ୍ଗ ରହିବ । ନୀଳାଦ୍ରି ବିଜେ ପରଠୁ ମହାପ୍ରଭୁଙ୍କ ବନକଲାଗି ନୀତି ହୋଇନାହିଁ । ଏହାସହ ଶ୍ରୀମନ୍ଦିର ସେବାୟତଙ୍କ ପିଲାଙ୍କ ପାଇଁ ଆଦର୍ଶ ଗୁରୁକୁଳ, ସେବାୟତ ଆବାସ ଯୋଜନା, ଶ୍ରୀମନ୍ଦିର ବଜେଟ ଓ ଜମିଜମା ବିକ୍ରୀ ସମ୍ପର୍କରେ ବୈଠକରେ ଆଲୋଚନା ହୋଇପାରେ ।

ସୂଚନାଥାଉ ଯେ, ପୂର୍ବରୁ ଦୁଇ ଦୁଇ ଥର ବୈଠକ ବସିବା ନିଷ୍ପତ୍ତି ନିଆଯାଇଥିଲା ହେଲେ ବସିପାରିନଥିଲା । ସେହିପରି ଏହି ବୈଠକରେ ୭ଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରାଯିବ । ହେଲେ ଏହି ବୈଠକରେ ବନକଲାଗି ବିଭ୍ରାଟ, ରତ୍ନଭଣ୍ତାର ଖୋଲିବା ପରି ପ୍ରସଙ୍ଗ ବଷୟରେ ଆଲୋଚନା କରାଯିବ ନାହିଁ ବୋଲି ସୂଚନା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.