ମହାନଦୀରେ ବୃଦ୍ଧି ପାଉଛି ଜଳସ୍ତର: ୬ ଜିଲ୍ଲାକୁ ସତର୍କ ରହିବାକୁ ପରାମର୍ଶ

ଉପରେ ଖସୁଛି, ତଳମୁଣ୍ଡ ବଢୁଛି । ମହାନଦୀରେ ଜଳସ୍ତର ବୃଦ୍ଧି ପାଇବା କାରଣରୁ ନରାଜ ଠାରେ ବନ୍ୟା ପରିସ୍ଥିତି ଉପୁଜିଛି। କଟକ, ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

(କେନ୍ୟୁଜ): ଉପରେ ଖସୁଛି, ତଳମୁଣ୍ଡ ବଢୁଛି । ବୈତରଣୀରେ ବନ୍ୟା ଜଳସ୍ତର ଧୀରେ ଧୀରେ ହ୍ରାସ ପାଉଥିବାବେଳେ ମହାନଦୀରେ ବଢ଼ିବାରେ ଲାଗିଛି। ମହାନଦୀରେ ଜଳସ୍ତର ବୃଦ୍ଧି ପାଇବା କାରଣରୁ ନରାଜ ଠାରେ ବନ୍ୟା ପରିସ୍ଥିତି ଉପୁଜିଛି। କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼ , କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

ଏହି ସବୁ ଜିଲ୍ଲା ଗୁଡ଼ିକରେ ପ୍ରଶାସନ ତରଫୁର ପରିସ୍ଥିତି ଉପରେ ନଜର ରଖାଯାଇଛି। ନଦୀ ବନ୍ଧରେ ପାଟ୍ରୋଲିଂ ଚାଲିଛି। ତଲି ଅଞ୍ଚଳ ଲୋକେ ନିରାପଦ ସ୍ଥାନକୁ ଯିବାରେ ଲାଗିଛନ୍ତି। ସ୍ଥିତି ମୁକାବିଲା ପାଇଁ ମହାନଦୀ ତଳ ମୁଣ୍ଡରେ ୮ଜଣ ବରିଷ୍ଠ ଯନ୍ତ୍ରୀଙ୍କୁ ନିୟୋଜତ କରିଛି ଜଳସମ୍ପଦ ବିଭାଗ। ୧୬ ଜିଲ୍ଲାରେ ଉଦ୍ଧାର କାର୍ଯ୍ୟ ପାଇଁ ୧୦୬ଟି ଟିମ୍‌କୁ ନିୟୋଜିତ କରାଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.