ଛାଡ଼ିଗଲା ସିନା, ଦୁର୍ଦ୍ଦଶା ଦେଲା ଲଗାଣ ବର୍ଷା: କେଉଁଠି ଆଣ୍ଠୁଏ ତ କେଉଁଠି ଅଣ୍ଟାଏ ପାଣିରେ ଜଳବନ୍ଦୀ ଜୀବନ

ଲଗାଣ ବର୍ଷା ପରେ ଅଧିକାଂଶ ସ୍ଥାନରେ ଜଳବନ୍ଦୀ ସ୍ଥିତି। ପାଣିରେ ବୁଡି ରହିଛି ଗାଁ ଗଣ୍ଡା ,ସାହି , ଗଳି, ଘରଦ୍ୱାର। ଘରେ ଘରେ ଆଣ୍ଠୁଏ ଉଚ୍ଚରେ ଛୁଟୁଛି ପାଣିର ସୁଅ। ରୋଷେଇବାସ ବନ୍ଦ, ଭୋକ ଉପାସରେ କଟୁଛି ଦିନ।

(କେନ୍ୟୁଜ): ଲଗାଣ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ଜିଲ୍ଲାର ଲୋକେ ପ୍ରଭାବିତ ହୋଇଛନ୍ତି। ବୈତରଣୀ, ବ୍ରାହ୍ମଣୀ, ମହାନଦୀ ସମେତ ଅନ୍ୟ ନଦୀଗୁଡ଼ିକରେ ବନ୍ୟାଜଳ ପ୍ରବାହିତ ହେବା କାରଣରୁ ତଳିଆ ଅଞ୍ଚଳରେ ବସବାସ କରୁଥିବା ଲୋକେ ଅଧିକ ପ୍ରଭାବିତ ହୋଇଛନ୍ତି। ସେହିପରି ଜଗତସିଂହପୁର ଜିଲ୍ଲାରେ ଲଘୁଚାପ ବର୍ଷା ପରେ ମହାନଦୀ, ଦେବୀ, ବିଲୁଆଖାଇ,ପାଇକା ନଦୀରେ ବନ୍ୟା ଜଳ। ମହାନଦୀ ଓ ଦେବୀ ନଦୀରେ ପ୍ରବାହିତ ହେଉଛି ୯ ଲକ୍ଷ୍ୟ କ୍ୟୁସେକ ଜଳ । ମୁଣ୍ଡୁଳି ଦେଇ ଏହି ବନ୍ୟା ଜଳ ପ୍ରବେଶ କରିଛି । ଏନେଇ ଜିଲ୍ଲାପାଳ ପIରୁଲ ପଟ୍ଟାୟରି ବିଭାଗୀୟ ଅଧିକାରୀଙ୍କ ସହ ଏକ ସମୀକ୍ଷା ବୈଠକ କରିବା ସହ ବନ୍ୟା ସ୍ଥିତି ସମୀକ୍ଷା କରିଛନ୍ତି ।

ସେହିପରି ଜଗତସିଂହପୁର ଜିଲ୍ଲାରେ ଲଘୁଚାପ ବର୍ଷା ପରେ ମହାନଦୀ, ଦେବୀ, ବିଲୁଆଖାଇ,ପାଇକା ନଦୀରେ ବନ୍ୟା ଜଳ। ମହାନଦୀ ଓ ଦେବୀ ନଦୀରେ ପ୍ରବାହିତ ହେଉଛି ୯ ଲକ୍ଷ୍ୟ କ୍ୟୁସେକ ଜଳ । ମୁଣ୍ଡୁଳି ଦେଇ ଏହି ବନ୍ୟା ଜଳ ପ୍ରବେଶ କରିଛି । ଏନେଇ ଜିଲ୍ଲାପାଳ ପIରୁଲ ପଟ୍ଟାୟରି ବିଭାଗୀୟ ଅଧିକାରୀଙ୍କ ସହ ଏକ ସମୀକ୍ଷା ବୈଠକ କରିବା ସହ ବନ୍ୟା ସ୍ଥିତି ସମୀକ୍ଷା କରିଛନ୍ତି ।

ତଳିଆ ଅଂଚଳ ଲୋକମାନଙ୍କୁ ଆଶ୍ରୟ ସ୍ଥଳୀରେ ରଖାଯାଇ ରନ୍ଧା ଖାଦ୍ୟ ଦିଆଯିବାର ବ୍ୟବସ୍ଥା ହୋଇଛି । ୪୫ ବାତ୍ୟା ଆଶ୍ରୟସ୍ଥଳ ,୨୨୪ଟି ସ୍କୁଲ ଘରକୁ ସଂରକ୍ଷିତ ରଖାଯାଇଛି । ଦରକାର ପଡିଲେ ଲୋକମାନଙ୍କୁ ସେଠାକୁ ସ୍ଥାନାଂତର କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

କେନ୍ଦ୍ରାପଡାରେ ବି ପଶୁଛି ମହାନଦୀ ବନ୍ୟା ପାଣି । କେନ୍ଦ୍ରାପଡା ଦେଇ ସମୁଦ୍ରକୁ ପ୍ରବେଶ କରୁଛି ବନ୍ୟା ଜଳ । ଫଳରେ ମହାକାଳପଡା,ମାର୍ଶାଘାଇ,ଡେରାବିଶ ଓ ଗରଦପୁର ବ୍ଲକ୍‌ର କିଛି ଅଞ୍ଚଳ ଏବେ ଜଳମଗ୍ନ ହୋଇଯାଇଛି । ଆଗକୁ ଅଧିକ ବଢିପାରେ ପାଣି । ମଧ୍ୟମ ବନ୍ୟା ପରିସ୍ଥିତି ପରେ ଜଳ ସ୍ତର କମିପାରେ ବୋଲି ସୂଚନା ମିଳିଛି ।

ସେପଟେ ବ୍ରାହ୍ମଣୀ ନଦୀରେ ବନ୍ୟା ଯୋଗୁ କନ୍ତିଆ ଘେରି ବନ୍ଧରେ ୧୦ଫୁଟର ଘାଇ ହୋଇଛି । ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ କଣ୍ଡିଆ ଠାରେ ଘେରି ବନ୍ଧରେ ସୃଷ୍ଟି ହୋଇଛି ୧୦ଫୁଟର ଘାଇ । ଫଳରେ ୩୦ରୁ ଉର୍ଦ୍ଧ୍ଵ ପରିବାର ଏବେ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି । ଘେରି ବନ୍ଧ ଭାଙ୍ଗିବା ଫଳରେ ଲୋକଙ୍କ ଘରେ ବନ୍ୟାଜଳ ପ୍ରବେଶ କରିଛି । ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଗୃହପାଳିତ ପଶୁଙ୍କୁ ନେଇ ବନ୍ଧ ଉପରେ ଆଶ୍ରୟ ନେଇଥିବା ଦେଖିବାକୁ ମିଳିଛି ।

ଏବେବି ବୈତରଣୀରେ ବନ୍ୟାଜଳ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ବୈତରଣୀ ନଦୀରେ ବନ୍ୟା ଆସିବା ଯୋଗୁ ଏହାର ଶାଖା ବୁା,କାଣି ନଦୀରେ ବନ୍ଯା ଆସିଛି। ଯାଜପୁର ବଲ୍ଲବୀଘାଟ ଓ ଦଶରଥପୁର ରେ ଏବେବି ଜଳସ୍ତର ବିପଦ ସଂକେତ ଉପରେ। ତଳି ଅଞ୍ଚଳରେ ବିଭିନ୍ନ ଗ୍ରାମ ଓ ଚାଷ ଜମିରେ ବନ୍ଯା ଜଳ ପ୍ରବେଶ କରିଛି। ସେପଟେ ଖରସ୍ରୋତା ନଦୀ ରେ ମଧ୍ୟ ଜଳସ୍ତର ବୃଦ୍ଧି ପାଇଛି। ଖରସ୍ରୋତା ନଦୀର କମଳପୁର ଠାରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଥିବା ବେଳେ ବିଂଝାରପୁରରେ ମଧ୍ୟ ଜଳସ୍ତର ବୃଦ୍ଧି ପାଇଛି।

ସେପଟେ ମହାନଦୀରେ ଜଳସ୍ତର ବୃଦ୍ଧି ପାଇବା କାରଣରୁ ନରାଜ ଠାରେ ବନ୍ୟା ପରିସ୍ଥିତି ଉପୁଜିଛି। କଟକ, ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏହି ସବୁ ଜିଲ୍ଲା ଗୁଡ଼ିକରେ ପ୍ରଶାସନ ତରଫରୁ ପରିସ୍ଥିତି ଉପରେ ନଜର ରଖାଯାଇଛି। ବୈତରଣୀରେ ବନ୍ୟା ପରିସ୍ଥିତି ସୁଧୁରୁଛି। ଭଦ୍ରକ ଓ ଯାଜପୁର ଜିଲ୍ଲା ପ୍ରଶାସନକୁ ଏଥି ପାଇଁ ସତର୍କ ରହିବାକୁ କୁହାଯାଇଛି। ସେହିପରି ବାଲେଶ୍ବର ଜିଲ୍ଲା ଦେଇ ପ୍ରବାହିତ ଜଳକା ନଦୀର ମଠାନୀରେ ଜଳସ୍ତର ବିପଦ ସ୍ତର ଦେଇ ଯାଉଥିଲା, ଯାହାକି ଏବେ ହ୍ରାସ ପାଇବାରେ ଲାଗିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.