Below header

ଆଗାମୀ ୧୦ଦିନ ଭିତରେ ଆରମ୍ଭ ହେବ ପୁରୀ ଶ୍ରୀମନ୍ଦିର ଦ୍ୱାରର ରୂପା ଛାଉଣୀ କାର୍ଯ୍ୟ

ପୁରୀ: ଆଗାମୀ ୧୦ଦିନ ମଧ୍ୟରେ ଆରମ୍ଭ ହେବ ପୁରୀ ଶ୍ରୀମନ୍ଦିର ଦ୍ୱାରର ରୂପା ଛାଉଣୀ କାର୍ଯ୍ୟ । ଏଥିପାଇଁ କାଠ ଡିଜାଇନ ଚୂଡ଼ାନ୍ତ ହୋଇଥିଲେ ମଧ୍ୟ ରୂପା ଆସ୍ତରଣ ଡିଜାଇନ ଚୂଡ଼ାନ୍ତ ହୋଇନାହିଁ । ନଭେମ୍ବର ୯ରେ ରୂପା ଆସ୍ତରଣ ଡିଜାଇନକୁ ନେଇ ଦ୍ୱିତୀୟ ବୈଠକ ବସିବ । ପ୍ରଥମେ ପରୀକ୍ଷଣ ଭାବରେ ସାତପାହାଚ ଦ୍ୱାରର ରୂପା ଛାଉଣୀ କରାଯିବ । ପରବର୍ତ୍ତୀ ପର୍ଯ୍ୟାୟରେ ଆସନ୍ତାବର୍ଷ ରଥଯାତ୍ରା ସମୟରେ କଳାହାଟ, ଜୟବିଜୟ ଓ ବେହରଣ ଦ୍ୱାରକୁ ରୂପା ଛାଉଣୀ କରାଯିବ ।

ଏହାପରେ ମା ମହାଲକ୍ଷ୍ମୀ, ମା ବିମଳା, ନୃସିଂହ ମନ୍ଦିର ଭଳି ୧୧ଟି ଦ୍ୱାରକୁ ରୂପା ଛାଉଣୀ ପାଇଁ ପ୍ରଥମ ବୈଠକରେ ପ୍ରସ୍ତାବ ଦିଆଯାଇଛି । ଚାରି ଇଞ୍ଚ ମୋଟେଇରର ବର୍ମାଟିକ୍‌ କାଠରେ ର୍ନିମାଣ ହେବ ଦ୍ୱାର । ଏଥିପାଇଁ ପ୍ରାୟ ୨.୫ ଟନ ରୂପା ବ୍ୟବହାର ହେବ । ଦ୍ୱାରର ଡିଜାଇନ, ମରାମତି ଓ ତତ୍ୱବଧାନ ନେଇ ୧୭ ଜଣିଆ ତତ୍ୱାବଧାରଣ କମିଟି ଗଠିତ ହୋଇଛି । ନୀଳାଦ୍ରି ଭକ୍ତ ନିବାସରେ କଡା ସୁରକ୍ଷା ମଧ୍ୟରେ ଏହି କାର୍ଯ୍ୟ ହେବ । ଏହାସହ କଳାହାଟ ଦ୍ୱାରର ସୁବର୍ଣ୍ଣ ଆସ୍ତରଣ ପାଇଁ ଛତିଶା ନିଯୋଗ ମହାନାୟକ ପ୍ରସ୍ତାବ ଦେଇଛି । ବୈଠକରେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ, ନୀତି ପ୍ରଶାସକ ପରିଚାଳନା କମିଟି ସଦସ୍ୟ, ବିଭିନ୍ନ ନିଯୋଗର ପ୍ରତିନିଧି, ଏଏସଆଇ ପ୍ରତିନିଧି ଯୋଗ ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.