ଆଣ୍ଡ୍ରଏଡ୍‌ ଓ iOS ୟୁଜର୍ସଙ୍କ ପାଇଁ ନୂଆ ଫିଚର ଜାରି କଲା YouTube, ଏମିତି କରିବ କାମ

Google ର ଭିଡିଓ ପ୍ଲାଟଫର୍ମ YouTube ନିଜ ଆପ୍‌ ପାଇଁ କେତେକ ନୂଆ ଫିଚର ଘୋଷଣା କରିଛି। ଏହି ନୂଆ ଫିଚରକୁ ଉଭୟ ଆଣ୍ଡ୍ରଏଡ୍‌ ଓ ଆଇଓଏସ୍‌ ୟୁଜର୍ସଙ୍କ ପାଇଁ ମଙ୍ଗଳବାରଠାରୁ ଜାରି କରାଯାଇଛି। ଆସନ୍ତୁ ଜାଣିବା କ’ଣ ରହିଛି ନୂଆ ଫିଚର…

ଭିଡିଓ ଚାପ୍ଟର:

ମେ ମାସରେ ଏହି ଫିଚରକୁ ୟୁଟ୍ୟୁବ୍‌ ଡେସ୍କଟପ୍‌ ୟୁଜରଙ୍କ ପାଇଁ ଲଞ୍ଚ୍‌ କରିଥିଲା। ଏବେ ଏହାକୁ ସ୍ମାର୍ଟଫୋନ୍‌ ୟୁଜରଙ୍କ ପାଇଁ ମଧ୍ୟ ଲଞ୍ଚ୍‌ କରାଯାଇଛି। ଏହି ଫିଚର ସାହାଯ୍ୟରେ ୟୁଜର୍ସ ଭିଡିଓର ଯେକୌଣସି ସ୍ପେସିଫିକେସନ୍‌ ସେକ୍ସନ୍‌କୁ ସ୍କିପ୍‌ କରିପାରିବେ। ଏବେ ୟୁଜର ଭିଡିଓରେ ସମସ୍ତ ଚାପ୍ଟରର ଏକ ତାଲିକା ଦେଖିପାରିବେ। ଏଥିସହ ଏକ ପ୍ରିଭ୍ୟୁ ଥମ୍ବନେଲ ମଧ୍ୟ ହେବ, ଯେଉଁଥିରୁ ଜଣାପଡ଼ିବ କେଉଁ ଚାପ୍ଟରରେ କ’ଣ ଅଛି।

youtube

୨ଟି ଆଇକନ୍‌ ପାଇଁ ନୂଆ ପୋଜିସନ୍‌:

ୟୁଟ୍ୟୁବ୍‌ ତରଫରୁ କୁହାଯାଇଛି କ୍ୟାପସନ୍‌କୁ ଆଉ ଟିକେ ସହଜ କରିବା ପାଇଁ କମ୍ପାନୀ ଏହି ବଟନକୁ ଏକ ଭଲ ଜାଗାକୁ ସ୍ଥାନାନ୍ତର କରିଛି। ଏହାକୁ ଫୋନ୍‌ର ଭିଡିଓ ପ୍ଲେରେ ରଖାଯାଇଛି। ଏଥିସହ ଅଟୋପ୍ଲେ ଟଗଲକୁ ବି ମୁଭ୍‌ କରାଯାଇଛି। ଫଳରେ ଭିଡିଓ ଦେଖିବା ବେଳେ ଅନ୍‌ ଅଫ୍‌ କରିବା ବେଳେ ସହଜ ହେବ।

ଜେଶ୍ଚର ସପୋର୍ଟ:

ୟୁଟ୍ୟୁବ୍‌ ଆପ୍‌ ଏବେ ଫୁଲ ସ୍କ୍ରିନ୍‌ ମୋଡ୍‌ରେ ଏଣ୍ଟର ବା ଏଗ୍‌ଜିଟ୍‌ କରିବା ଅପସନ୍‌ ସହ ଆସିବ। ସ୍ୱାଇପ୍‌ ଅପ୍‌ କଲେ ୟୁଜର୍ସ ଫୁଲ ସ୍କ୍ରିନ୍‌ ମୋଡ୍‌ରେ ଏଣ୍ଟର ହେବେ ସେହିଭଳି ସ୍ୱାଇପ୍‌ ଡାଉନ୍‌ କଲେ ଏଗ୍‌ଜିଟ୍‌ କରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.