ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ, ସକାଳ ୬ରୁ ୯ଟା ପର୍ଯ୍ୟନ୍ତ ପ୍ରବେଶ ଅନୁମତି

ଆଜି ଠାରୁ ପୁଣି ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ । ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ପ୍ରବେଶ ଅନୁମତି ରହିଛି। ଯଶିପୁରକାଳିଆଣି ଗେଟ୍ ଦେଇ ୩୫ଟି ଗାଡ଼ି ଏବଂ ବାରିପଦା ଲୁଲୁଙ୍ଗ ପଟୁ ୨୫ଟି ଗାଡ଼ିକୁ ପ୍ରବେଶ ଅନୁମତି ରହିଛି।

କରଞ୍ଜିଆ (କେନ୍ୟୁଜ): ଆଜି ଠାରୁ ପୁଣି ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ । ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ପ୍ରବେଶ ଅନୁମତି ରହିଛି। ଯଶିପୁରକାଳିଆଣି ଗେଟ୍ ଦେଇ ୩୫ଟି ଗାଡ଼ି ଏବଂ ବାରିପଦା ଲୁଲୁଙ୍ଗ ପଟୁ ୨୫ଟି ଗାଡ଼ିକୁ ପ୍ରବେଶ ଅନୁମତି ରହିଛି।

ଏଥିପାଇଁ ଅଭୟାରଣ୍ୟ କର୍ତ୍ତୃପକ୍ଷ ସମସ୍ତ ପ୍ରକାର ବନ୍ଦୋବସ୍ତ କରିଛନ୍ତି। ଯଶିପୁରର ଜାମୁଆଣି ଗେଟ ଦେଇ ପର୍ଯ୍ୟଟକଙ୍କୁ ଶିମିଳିପାଳ ପ୍ରବେଶ କରିବା କୁ ଯୋଜନା ରଖିଛି ବନ ବିଭାଗ । ଚଳିତ ବର୍ଷ ଶିମିଳିପାଳ ଅଭୟାରଣ୍ୟକୁ ସମ୍ପୂର୍ଣ୍ଣ ପ୍ଲାଷ୍ଟିକ ମୁକ୍ତ ଘୋଷଣା କରାଯାଇଛି। ସ୍ଥାନୀୟ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପକ୍ଷରୁ ପର୍ଯ୍ୟଟକ ମାନଙ୍କ ପାଇଁ ରନ୍ଧା ଖାଦ୍ୟ ଯୋଗାଣର ବ୍ୟବସ୍ଥା କରାଯାଇଛି। ଏଥିପାଇଁ ପର୍ଯ୍ୟଟକଙ୍କୁ ଖାଦ୍ୟର ମୂଲ୍ୟ ଦେବାକୁ ପଡ଼ିବ।