ଏହି ସ୍ମାର୍ଟଫୋନଗୁଡ଼ିକରେ ଚାଲିବନି ହ୍ଵାଟ୍ସଆପ୍‌, ବ୍ୟବହାର କରିବା ପାଇଁ କରନ୍ତୁ ଏହି କାମ

କମ୍ପାନୀ ନୂଆ ଅପରେଟିଙ୍ଗ ସିଷ୍ଟମରେ ୟୁଜର୍ସଙ୍କୁ ଲାଟେଷ୍ଟ ଫିଚର୍ସ ଦେବାକୁ ଚାହୁଁଛି । ଏଥିପାଇଁ କମ୍ପାନୀ ପୁରୁଣା OS ରୁ ନିଜର ସପୋର୍ଟ ବାହାର କରୁଛି ।

ଅକ୍ଟୋବର ୨୪ରୁ ସାମସଙ୍ଗ, ଆପଲ୍ ଏବଂ ସୋନି ସମେତ ୨୫ଟି ସ୍ମାର୍ଟଫୋନରେ ମେସେଜିଂ ଆପ୍ ହ୍ଵାଟ୍ସଆପ୍ କାମ କରିବା ବନ୍ଦ କରିବ । କମ୍ପାନୀ ନୂଆ ଅପରେଟିଙ୍ଗ ସିଷ୍ଟମରେ ୟୁଜର୍ସଙ୍କୁ ଲାଟେଷ୍ଟ ଫିଚର୍ସ ଦେବାକୁ ଚାହୁଁଛି । ଏଥିପାଇଁ କମ୍ପାନୀ ପୁରୁଣା OS ରୁ ନିଜର ସପୋର୍ଟ ବାହାର କରୁଛି । ଅକ୍ଟୋବର ୨୪ ପରେ ଆଣ୍ଡ୍ରଏଡ୍‌ OS ଭର୍ସନ 4.1 ଏବଂ ଏହା ଠାରୁ ପୁରୁଣା ଚାଲୁଥିବା କିଛି ସ୍ମାର୍ଟଫୋନ୍ ମଡେଲ୍ରେ ହ୍ଵାଟ୍ସଆପ୍‌ ସପୋର୍ଟ କରିବା ବନ୍ଦ କରିଦେବ । ଯଦି ଆପଣ ହ୍ଵାଟ୍ସଆପ୍ ବ୍ୟବହାର ଜାରି ରଖିବାକୁ ଚାହୁଁଛନ୍ତି ତେବେ ଆପଣ ନିଜର ଫୋନକୁ ବଦଳାଇବାକୁ ପଡ଼ିବ ଏବଂ ନୂଆ ଅପରେଟିଙ୍ଗ ସିଷ୍ଟମରେ ହ୍ଵାଟ୍ସଆପ୍ ବ୍ୟବହାର କରିବାକୁ ପଡିବ ଯାହା ଦ୍ୱାରା ଆପଣ କମ୍ପାନୀର ନିର୍ଦ୍ଦେଶ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ଏବଂ ସିକ୍ୟୁରିଟି ପ୍ୟାଚ୍ ପାଇ ପାରିବେ ।

ଏହି ସ୍ମାର୍ଟଫୋନରେ ହ୍ଵାଟ୍ସଆପ୍ କାମ କରିବ ନାହିଁ
Samsung Galaxy S2
Nexus 7
iPhone 5
iPhone 5c
Archos 53 Platinum
Grand S Flex ZTE
Grand X Quad V987 ZTE
HTC Desire 500
Huawei Ascend D
Huawei Ascend D1
HTC One
Sony Xperia Z
LG Optimus G Pro
Samsung Galaxy Nexus
HTC Sensation
Motorola Droid Razr
Sony Xperia S2
Motorola Xoom
Samsung Galaxy Tab 10.1
Asus Eee Pad Transformer
Acer Iconia Tab A5003
Samsung Galaxy S
HTC Desire HD
LG Optimus 2X
Sony Ericsson Xperia Arc3

ଏହି ସ୍ମାର୍ଟଫୋନଗୁଡ଼ିକରେ ହ୍ଵାଟ୍ସଆପ୍‌ ସପୋର୍ଟ ଶେଷ ହେବା ପୂର୍ବରୁ, କମ୍ପାନୀ ୟୁଜରମାନଙ୍କୁ ଏକ ନୋଟିଫିକେସନ୍‌ ମଧ୍ୟ ପଠାଉଛି ଯେଉଁଥିରେ ସେମାନଙ୍କୁ ଡିଭାଇସ୍ ଅପଗ୍ରେଡ୍ କରିବାକୁ କୁହାଯାଉଛି । ଯଦି ଆପଣ ଡିଭାଇସ ଅପଗ୍ରେଡ ନକରିବେ, ତେବେ ଅକ୍ଟୋବର ୨୪ ପରେ, ଆପଣଙ୍କ ହ୍ଵାଟ୍ସଆପ୍ ରୁ ଅପଡେଟ୍, ସୁରକ୍ଷା ପ୍ୟାଚ୍ ଇତ୍ୟାଦି ମିଳିବା ବନ୍ଦ ହୋଇଯିବ ଏବଂ ଆପଣ ସହଜରେ ହ୍ୟାକର୍ସଙ୍କର ଟାର୍ଗେଟକୁ ଆସିବେ । ତେଣୁ ଆପଣ ଡିଭାଇସକୁ ଅପଗ୍ରେଡ୍ କରିବା ଭଲ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.