ପ୍ରକୃତି ପ୍ରେମୀ ପାଇଁ ଖୁସି ଖବର: ଆଜିଠାରୁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ

କରଞ୍ଜିଆ(କେନ୍ୟୁଜ୍): ପ୍ରକୃତି ପ୍ରେମୀ ପାଇଁ ଖୁସି ଖବର । ଆଜିଠାରୁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ । ଯଶିପୁର ଦେଇ ୩୫ ଗାଡି ଏବଂ ବାରିପଦାର ପିଠାବଟା ୨୫ ଟି ଯିବା ପାଇଁ ଅନୁମତି ମିଳିବ । ଚଳିତ ବର୍ଷ ଶିମିଳିପାଳ ଅଭୟାରଣ୍ୟରେ ପଲିଥିନ ବ୍ୟାନ୍ କରିଛନ୍ତି ଶିମିଳିପାଳ କର୍ତ୍ତୃପକ୍ଷ । ବନ୍ୟଜନ୍ତୁ, ଉଚ୍ଚ ପର୍ବତ, ଘଞ୍ଚ ଜଙ୍ଗଲ, ବିଭିନ୍ନ ଜଳପ୍ରପାତ ସହିତ ପ୍ରାକୃତିକ ସୌନ୍ଦର୍ଯ୍ୟର ମଜା ନେଇପାରିବେ ପର୍ଯ୍ୟଟକ।

ଏପଟେ ସାରା ରାଜ୍ଯରେ ଖସୁଛି ପାରଦ, ବଢୁଛି ଶୀତ। ଏ ପରିପେକ୍ଷୀରେ ମୟୂରଭଞ୍ଜ ଜିଲ୍ଲାରେ ବି ଖସୁଛି ପାରଦ ବଢୁଛି ଶୀତ। ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟରେ ସର୍ବାଧିକ ଶୀତ ଅନୁଭୂତ ହେଉଛି। ଗତକାଲି ଶିମିଳିପାଳ ଅଭୟାରଣ୍ୟରେ ୧୩ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା। ଶୀତ ସହ ଘନ କୁହୁଡି। ଫଳରେ ଯାତାୟାତରେ ବାଧାପ୍ରାପ୍ତ ହେଉଛି। ଲୋକମାନେ ଲାଇଟ୍‌ ଲଗାଇ ଯିବାଆସିବା କରୁଛନ୍ତି।