ଧାମନଗର ଉପନିର୍ବାଚନ ପାଇଁ ସଭା, ଶୋଭାଯାତ୍ରା ସହ ଜମୁଛି ଡୋର୍‌ ଟୁ ଡୋର୍‌ କ୍ୟାମ୍ପେନିଂ, ଆଜି ସନ୍ଧ୍ୟାରେ ସରିବ ପ୍ରଚାର

ଭଦ୍ରକ(କେନ୍ୟୁଜ୍): ଶେଷ ପର୍ଯ୍ୟାୟରେ ଧାମନଗର ଉପନିର୍ବାଚନ ଲଢେଇ। କ୍ୟାମ୍ପେନିଂରେ କମ୍ପୁଛି ମଇଦାନ । ଆଜି ସନ୍ଧ୍ୟାରେ ସରିବ ପ୍ରଚାର, ୩ରେ ଭୋଟ୍‌। ସଭା, ଶୋଭାଯାତ୍ରା ସହ ଜମୁଛି ଡୋର୍‌ ଟୁ ଡୋର୍‌ କ୍ୟାମ୍ପେନିଂ। ଗତକାଲି ଭର୍ଚୁଆଲରେ ପ୍ରଚାର କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଧାମନଗରକୁ ମୁଁ ନିଜେ ଦେଖିବି ବୋଲି ପ୍ରତିଶ୍ରୁତି ଦେଇଛନ୍ତି ନବୀନ । ଆଜି ବିଜେଡି ପକ୍ଷରୁ ୩ଟି ସ୍ଥାନରୁ ବିରାଟ ମୋଟର ସାଇକେଲ ଶୋଭାଯାତ୍ରା ବାହାରିବ। ରାଲିରେ ୫ହଜାର ମୋଟର ସାଇକେଲ ସାମିଲ ହେବ। ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କ ସହ ପ୍ରଚାରରେ ସାମିଲ ହେବେ ମନ୍ତ୍ରୀ ଓ ବିଧାୟକ।

ବିଜେପି ପକ୍ଷରୁ ବି ଚାଲିଛି ଜୋରଦାର ପ୍ରଚାର। ସାଇକେଲ ଶୋଭାଯାତ୍ରା ସହ ଧୁଷୁରୀ ଠାରେ ବିରାଟ ନିର୍ବାଚନୀ ସଭା ହେବ। ଏଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ବହୁ ବରିଷ୍ଠ ବିଜେପି ନେତା ଯୋଗ ଦେବେ। ସେହପରି କଂଗ୍ରେସ ପକ୍ଷରୁ ଧାମନଗର NAC ଅଞ୍ଚଳରେ ଶୋଭାଯାତ୍ରା ବାହାରିବ। ଶେଷ ଦିନରେ ପ୍ରଚାରରେ ସାମିଲ ହେବେ ଦଳର ହେବିୱେଟ୍‌ ନେତା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.