ଧବଳେଶ୍ୱର ଝୁଲାପୋଲରେ ତାଲା: ସେତୁ ଅସୁରକ୍ଷିତ ଘୋଷଣା କରି ତାଲା ପକାଇବା ସହ ଜାରି ହେଲା ୧୪୪ ଧାରା

ଆଠଗଡ(କେନ୍ୟୁଜ୍): ଧବଳେଶ୍ୱର ଝୁଲାପୋଲରେ ତାଲା । ସେତୁ ଅସୁରକ୍ଷିତ ଘୋଷଣା କରି ତାଲା ପକାଇବା ସହ ୧୪୪ ଧାରା ଜାରି କରାଯାଇଛି । ମରାମତି ପାଇଁ ଅନିର୍ଦ୍ଦିଷ୍ଟ କାଳ ବନ୍ଦ ରହିବ ଝୁଲାପୋଲ । ଗୁଜରାଟ ବ୍ରିଜ ଟ୍ରାଜେଡି ପରେ ଚେତିଛି ଓଡ଼ିଶା ପ୍ରଶାସନ ।

ଝୁଲାପୋଲ ସମ୍ପୁର୍ଣ୍ଣର୍ ମରାମତି ନହେବା ଯାଏ ଧବଳେଶ୍ୱର ପୀଠରେ ୧୪୪ ଧାରା ବଳବତ୍ତର ରହିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ଫଳରେ ଧବଳେଶ୍ୱରଙ୍କ ପ୍ରସିଦ୍ଧ ପଞ୍ଚକ ଓ ବଡଓଷା ଆୟୋଜନ ନେଇ ଆଶଙ୍କା ସୃଷ୍ଟି ହୋଇଛି । କୋଲକାତାରୁ ଆସିଥିବା ବିଶେଷଜ୍ଞ ଟିମ୍‌ ଝୁଲାପୋଲର ସ୍ଥିତି ଯାଞ୍ଚ କରିବା ପରେ ଏହାକୁ ଅସୁରକ୍ଷିତ ଦର୍ଶାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.