Below header

ପ୍ରକୃତି ପ୍ରେମୀମାନଙ୍କ ପାଇଁ ଖୁସି ଖବର: ୩ ଦିନ ବ୍ୟବଧାନ ପରେ ଆଜିଠୁ ପୁଣି ଖୋଲିଲା ଶିମିଳିପାଳ ଅଭୟାରଣ୍ୟ

କରଞ୍ଜିଆ(କେନ୍ଯୁଜ୍): ପ୍ରକୃତି ପ୍ରେମୀ ମାନଙ୍କ ପାଇଁ ଖୁସି ଖବର । ୩ ଦିନ ବ୍ୟବଧାନ ପରେ ପର୍ଯ୍ୟଟକମାନଙ୍କ ପାଇଁ ପୁଣି ଖୋଲିଲା ଶିମିଳିପାଳ ଅଭୟାରଣ୍ୟ । ଶିମିଳିପାଳ ହେଉଛି ଏସିଆର ଦ୍ୱିତୀୟ ଜୈବ ମଣ୍ଡଳ । ଶିମିଳିପାଳକୁ ପ୍ରତ୍ଯକ ବର୍ଷ ଦେଶ ବିଦେଶରୁ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ । ବନ୍ୟଜନ୍ତୁଙ୍କୁ ପାଖରେ ଦେଖିବା ସହିତ ପ୍ରାକୃତିକ ସୌନ୍ଦର୍ଯ୍ୟ ମଜା ଉଠାଇବାକୁ  ଶିମିଳିପାଳ ଆସିଥାନ୍ତି ପର୍ଯ୍ୟଟକମାନେ।

ବର୍ଷା ପାଇଁ ଶିମିଳିପାଳ ଅଭୟାରଣ୍ୟକୁ ୩ ଦିନ ବନ୍ଦ କରାଯାଇଥିଲା । କରୋନା କଟକଣା ନିୟମ ଅନୁଯାୟୀ ଶିମିଳିପାଳ ଅଭୟାରଣ୍ୟ ଭିତରକୁ ଯିବାକୁ ଅନୁମତି ମିଳୁଛି । ମୟୁରଭଞ୍ଜ ଜିଲ୍ଲାର ଯଶିପୁର ପଟୁ ୩୫ ଟି ଏବଂ ବାରିପଦା ପଟୁ ୨୫ ଟି ଗାଡି ଶିମିଳିପାଳ ଅଭୟାରଣ୍ୟ ଭିତରକୁ ଯିବାକୁ ଅନୁମତି ମିଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.