ରାଜ୍ୟସ୍ତରୀୟ ସିଙ୍ଗଲ ଓ୍ଵିଣ୍ଡୋ କ୍ଲିୟରାନ୍ସ ବୈଠକ: ୪ ପ୍ରକଳ୍ପ ମଞ୍ଜୁରୀ

ଭୁବନେଶ୍ବର: ରାଜ୍ୟସ୍ତରୀୟ ସିଙ୍ଗଲ ଓ୍ଵିଣ୍ଡୋ କ୍ଲିୟରାନ୍ସ ବୈଠକରେ ୪ଟି ପ୍ରକଳ୍ପକୁ ମଞ୍ଜୁରୀ। ବୈଠକରେ ୩୪୮.୯୫ କୋଟି ପୁଞ୍ଜି ନିବେଶକୁ ମଞ୍ଜୁରୀ ମିଳିଛି। ଫଳରେ ୬ ହଜାର ୧୫ ନିଯୁକ୍ତି ସୃଷ୍ଟି ହେବ। କେରଳ କମ୍ପାନୀ ବ୍ରହ୍ମପୁରରେ ପୋଷାକ ଫ୍ୟାକ୍ଟ୍ରୀ କରିବ। ୨୦ ଏକର ସ୍ଥାନରେ ୧୭୭ କୋଟି ନିବେଶ କରିବ କମ୍ବାନୀ। ଏଥିରେ ୫ ହଜାର ନିଯୁକ୍ତି ସୃଷ୍ଟି ହେବ।

ସେହିପରି କୋଲକାତାର ଆଇଭି ଫ୍ଲୁଇଡ ଔଷଧ କମ୍ପାନୀ କଟକ ରାମଦାସପୁରରେ ଔଷଧ ଫ୍ୟାକ୍ଟ୍ରି ନିର୍ମାଣ କରିବ। ୬୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି କଂପାନୀରେ ୩୬୫ ଲୋକ ନିଯୁକ୍ତି ପାଇବେ। ସେହିପରି ଦୁଇଟି କେବଲ ଓ ଆଲୁମିନିୟମ କଂପାନୀ ମଧ୍ୟ କରାଯିବ।

ଏହି ଦୁଇଟି କଂପାନୀରେ ୫୬ କୋଟି ଓ ୫୦ କୋଟି ଟଙ୍କା ବ୍ୟୟ ହେବ। ଏଥିରେ ୩୩୦ ଜଣ ଚାକିରି ପାଇବେ। ମୁଖ୍ୟଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ବିଭିନ୍ନ ବିଭାଗର ସଚିବମାନେ ଯୋଗଦେଇଥିଲେ।

Leave A Reply

Your email address will not be published.