ବରଗଡ଼ରେ ବ୍ୟବସାୟୀଙ୍କୁ ଗୁଳିମାଡ଼

ବରଗଡ଼: ସୋହେଲାରେ ପୁଣି ଫୁଟିଛି ଗୁଳି। ଗତକାଲି ବିଳମ୍ବିତ ରାତିରେ ଜଣେ ବ୍ୟବସାୟୀଙ୍କୁ ଗୁଳିମାଡ଼ ହୋଇଛି। ବ୍ୟବସାୟୀଙ୍କ ନାଁ ନାରାୟଣ ଦାସ। ଗୁରୁତର ଅବସ୍ଥାରେ ତାଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି। ଗୁଳିମାଡ ଘଟଣା ପରେ ସୋହେଲା ଛକରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକ ରାସ୍ତା ଅବରୋଧ କରିବା ସହ ଭଂଗାରୁଜା ଓ ପୋଡାଜଳା କରିଥିଲେ। ପୋଲିସ ଉପସ୍ଥିତିରେ ଗୋଟିଏ ଦୋକାନ ଘର ଭାଙ୍ଗିବା ସହ ୨ଟି ଘରକୁ ପୋଡ଼ି ଦେଇଛନ୍ତି। ଗୁଳିମାଡ଼ର କାରଣ ସ୍ପଷ୍ଟ ହୋଇ ନାହିଁ। ଗୁଳିକାଣ୍ଡ ପରେ ଦୁର୍ବୃତ୍ତ ଫେରାର ହୋଇ ଯାଇଛନ୍ତି।

Leave A Reply

Your email address will not be published.