ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଣାଇ ଗସ୍ତ

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଣାଇ ଗସ୍ତ। ଏହି ଗସ୍ତରେ ମାରାଥନ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ। ସକାଳ ୧୦ଟା ୪୦ ମିନିଟରେ ଗୁରୁଣ୍ଡିଆ ବ୍ଳକ୍ ରୁକୁଡ଼ା ମଧ୍ୟମ ଜଳସେଚନ ପ୍ରକଳ୍ପ ଉଦଘାଟନ କରିବା କାର୍ୟ୍ୟକ୍ରମ ରହିଛି । ସେଠାରୁ ୧୧ଟା ୨୫ରେ ବାହାରି ବଣାଇର ରାଜା ଧରଣୀଧର ବହୁମୁଖୀ ଖେଳ ପଡିଆରେ ୧୧ଟା ୩୫ରେ ପହଞ୍ଚିବେ। ସେଠରେ ୪ଟି ବ୍ଳକ୍ର ୩୨ ପ୍ରକଳ୍ପର ଉଦଘାଟନ ଏବଂ ଶିଳନ୍ୟାସ କରିବେ।

ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ସୁନ୍ଦରଗଡ଼ ଜିଲ୍ଲାପାଳ, ବଣାଇ ଉପଜିଲ୍ଲାପାଳ, ଏସଡିପିଓ ପ୍ରମୁଖ ପ୍ରସ୍ତୁତି ତଦାରଖ କରିଛନ୍ତି। ରୁକୁଡା ଜଳସେଚନ ପ୍ରକଳ୍ପ ୨୯୬ କୋଟି ୯୮ ଲକ୍ଷ ଟଙ୍କାରେ ନିର୍ମିତ ହୋଇଛି। ଏହି ପ୍ରକଳ୍ପ ଦ୍ୱାରା ୬୯ଟି ଗାଁ ଉପକୃତ ହେବେ।

Leave A Reply

Your email address will not be published.