Below header

ଓଡ଼ିଆ ଫିଲ୍ମ ‘ପାଟଣାଗଡ଼’ର ପ୍ରଥମ ଟ୍ରେଲର ରିଲିଜ୍

ଭୁବନେଶ୍ବର: ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣକୁ ନେଇ ଓଡ଼ିଆ ଫିଲ୍ମ ‘ପାଟଣାଗଡ଼’ର ପ୍ରଥମ ଟ୍ରେଲର ରିଲିଜ୍ ହୋଇଛି। ଫିଲ୍ମର ଲିଡ୍ ରୋଲରେ ଅଛନ୍ତି ବଲିଉଡ୍ କଳାକାର ଅତୁଲ କୁଲକର୍ଣ୍ଣି ଓ ମନୋଜ ମିଶ୍ର। ଅତୁଲ କୁଲକର୍ଣ୍ଣି ସିନେମାରେ କ୍ରାଇମବ୍ରାଞ୍ଚ୍ ଆଇଜି ଅରୁଣ ବୋଥ୍ରାଙ୍କ ଭୂମିକା ନିଭାଉ ଥିବାବେଳେ ପୁଞ୍ଜିଲାଲ୍ ଭୂମିକାରେ ଅଭିନୟ କରୁଛନ୍ତି ମନୋଜ ମିଶ୍ର। ସିନେମାର ବିଭିନ୍ନ ଦୃଶ୍ୟ ଭୁବନେଶ୍ୱର ଓ ନୟାଗଡ଼ ସମେତ ରାଜ୍ୟ ବାହାରେ ସୁଟିଂ ହେଉଛି।

ରେଞ୍ଜ୍ ରୟାଲ ସିନେ ଲ୍ୟାବ୍ ବ୍ୟାନରରେ ନିର୍ମିତ ଏହି ସିନେମାର ପ୍ରଯୋଜକ ଅଛନ୍ତି ଶ୍ରୀଧର ମାର୍ଥା। ସିନେମାର ମିଡିଆ ପାର୍ଟନର ଅଛି କଳିଙ୍ଗ ଟିଭି। ଗତ ଫେବ୍ରୁଆରୀ ୨୩ ତାରିଖରେ ବଲାଙ୍ଗିର ପାଟଣାଗଡ଼ରେ ପାର୍ସଲ ବୋମା ବିସ୍ଫୋରଣ ହୋଇଥିଲା। ପ୍ରାଣ ହରାଇଥିଲେ ନବବିବାହିତ ସୌମ୍ୟଶେଖର ଓ ତାଙ୍କ ଜେଜେ ମା’। ଆହତ ହୋଇଥିଲେ ନବବଧୂ ରିମା ସାହୁ।

ଏହି ଘଟଣାର ତଦନ୍ତ ପ୍ରଥମେ କରିଥିଲା ବଲାଙ୍ଗିର ପୋଲିସ। ପରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ କ୍ରାଇମ୍ବ୍ରାଞ୍ଚ୍ ତଦନ୍ତ କରୁଛି । ଘଟଣାର ମାଷ୍ଟର ମାଇଣ୍ଡ ଅଧ୍ୟାପକ ପୁଞ୍ଜିଲାଲ୍ ମେହେରଙ୍କୁ ଗିରଫ କରି ଜେଲ ପଠାଇଛି କ୍ରାଇମବ୍ରାଞ୍ଚ୍। ଏହି ଘଟଣାକୁ ନେଇ ନିର୍ମାଣ ହେଉଛି ଫିଲ୍ମ ‘ପାଟଣାଗଡ଼’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.