ପୁରୀ : ବେଳାଭୂମିରୁ ଗୋଡ଼ ବନ୍ଧା ନରକଙ୍କାଳ ଉଦ୍ଧାର

ପୁରୀ(କେନ୍ଯୁଜ୍): ପୁରୀ ବେଳାଭୂମିରୁ ନରକଙ୍କାଳ ଉଦ୍ଧାର । ପୁରୀ-କୋଣାର୍କ ବେଳାଭୂମି ରାସ୍ତାର ସୈକତ ନିବାସ ପାଖରୁ ଗୋଡ ବନ୍ଧା ଅବସ୍ଥାରେ ଅଧା ବାଲିରେ ପୋତାଯାଇଥିବା ନରକଙ୍କାଳ ଜବତ ହୋଇଛି । ଏହି କଙ୍କାଳ ଭୁବନେଶ୍ୱରର ଜଣେ ଯୁବକଙ୍କର ବୋଲି ସନ୍ଦେହ କରାଯାଉଛି । ମେରାଇନ୍‌ ଥାନା ପୋଲିସ ଓ ସଦର ଏସଡିପିଓ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି । ସୂଚନା ଅନୁଯାୟୀ ଗତ ୯ ତାରିଖରେ କମଳା ହସ୍ପିଟାଲ ପଛପଟୁ ଏକ ବସ୍ତାରେ ୭ରୁ ଅଧିକ ମଣିଷ ଖପୁରୀ ଜବତ ହୋଇଥିଲା ।

You might also like