Below header

ହଜିଗଲା ନିର୍ବାଚନ କମିଶନରଙ୍କ ବ୍ୟାଗ, ତା ପରେ କଣ ହେଲା ?

Election Commissioner's bag allegedly stolen

ଜୟପୁର : ନିର୍ବାଚନ କମିଶନର ସୁନିଲ ଅରୋରାଙ୍କ ବ୍ୟାଗ ଅଚାନକ ହଜିଗଲା । ଆଜି ଜୟପୁର ବିମାନ ବନ୍ଦରରେ ତାଙ୍କ ବ୍ୟାଗ ହଜିଯିବା ପରେ ସୃଷ୍ଟି ହେଲା ହଇଚଇ । କିଏ ନେଲା, କୁଆଡ଼େ ଗଲା ଖୋଜା ଚାଲିଲା । ପୂରା ଦମରେ ତନାଘନାରେ ଲାଗିଗଲେ ପୋଲିସ୍ । ଚିନ୍ତା ବଢ଼ିଗଲା ସ୍ଥାନୀୟ ପୋଲିସ୍ କମିଶନର ସଞ୍ଜୟ ଆରୋରାଙ୍କର । ସେ ନିଜେ ଯାଇ ପହଞ୍ଚିଲେ ବିମାନ ବନ୍ଦରରେ । ତେବେ ବେଶ୍ କିଛି ସମୟ ତନାଘନା ପରେ ବ୍ୟାଗ ମିଳିଲା ଏକ କାରରୁ । ଯାହା ଭୁଲରେ ଅନ୍ୟ ଏକ କାରରେ ରହି ଯାଇଥିଲା । ଜଣାପଡ଼ିବା ପରେ ତାଙ୍କ ପାଖକୁ ଫେରିଛି । ବ୍ୟାଗ ମିଳିବା ପରେ ସମସ୍ତେ ଆଶ୍ବସ୍ତ ହୋଇଛନ୍ତି । କାରଣ ଆରୋରାଙ୍କ ବ୍ୟାଗରେ ବହୁ ଗରୁତ୍ବପୂର୍ଣ୍ଣ ସରକାରୀ କାଗଜପତ୍ର ରହିଥିବ ବୋଲି ଅନୁମାନ କରାଯାଉଥିଲା । ତିନି ନିର୍ବାଚନ କମିଶନର ରାଜସ୍ଥାନ ଗସ୍ତରେ ଆସିଛନ୍ତି । ନିର୍ବାଚନ ପାଇଁ ରାଜସ୍ଥାନ ସରକାର କେତେ ପ୍ରସ୍ତୁତ ତାର ସମୀକ୍ଷା କରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.