କାମରେ ଆସୁନି ସ୍ଲୁଇସ୍‌ ଗେଟ୍‌, ସଟର ଲାଗି ନଥିବାରୁ ଚାଷୀଙ୍କ ଜମିକୁ ଲୁଣି ପାଣି ମାଡି ଚାଷ ହେଉଛି ନଷ୍ଟ

ଚାନ୍ଦବାଲି: ଦୀର୍ଘଦିନ ହେଲା ସ୍ଲୁଇସ୍‌ ଗେଟ ନିର୍ମାଣ କାମ ସରିଛି ହେଲେ ଗେଟରେ ସଟର ଲାଗିନି ।  ଯାହା ଫଳରେ ହଇରାଣ ହେଉଛନ୍ତି ଚାଷୀ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ପହଣା ଗାଁ ଯୋର ଉପରେ ନିର୍ମାଣ କରାଯାଇଛି ଏହି  ସ୍ଲୁଇସ୍‌ ଗେଟ୍‌  । ସ୍ଲୁଇସ୍‌ ଗେଟରେ ସଟର ଲାଗି ନଥିବାରୁ ଚାଷୀଙ୍କ ଜମିକୁ ଲୁଣି ପାଣି ମାଡି ଯାଉଛି । ଫଳରେ ଚାଷ କାମରେ ବାଧା ଉପୁଜୁଥିବା ଚାଷୀ କହିଛନ୍ତି

ପହଣା ସମେତ ଆରଡି ପଞ୍ଚାୟତର ମୁଆଁ, ସନ୍ତରା ଓ ଆରଡି ନଦୀଳକୂଳିଆ ଲୋକଙ୍କ ପାଇଁ ସରକାରଙ୍କ ତରଫରୁ ୩ଟି ସ୍ଲୁଇସ୍‌ ଗେଟ ନିର୍ମାଣ କରାଯାଇଛି । ହେଲେ ସେସବୁ ଗେଟରେ ସଟର ଲାଗିପାରିନି । ଦିନ ଦିନ ଧରି ସୁଇସ ଗେଟ ଖୋଲାମେଲାରେ ପଡି ରହିଛି । ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବଢୁଛି । ଅନ୍ୟପଟେ ଖୁବଶୀଘ୍ର ଗେଟ୍‌ ଗୁଡିକରେ ସଟର ଲାଗିବ ବୋଲି କହିଛନ୍ତି କ୍ଷୁଦ୍ର ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.