Below header

ସ୍ମିତାରାଣୀ ମୃତ୍ୟୁ ମାମଲାର ଖୋଲୁନି ରହସ୍ୟ, ମୁଖ୍ୟ ଅଭିଯୁକ୍ତ ରୂପେଶ ଜେଲରେ ଥିବାବେଳେ ତା’ବ୍ୟାଙ୍କ ଆକାଉଣ୍ଟରେ ଲକ୍ଷ ଲକ୍ଷ ଟଙ୍କାର କାରବାର!

ଯାଜପୁର: ଧର୍ମଶାଳା ପିଇଓ ସ୍ମିତାରାଣୀ ମୃତ୍ୟୁ ମାମଲାର ମାସକ ପରେ ବି ରହସ୍ୟ ହୋଇପାରିନି ଉନ୍ମୋଚନ। ସେପଟେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ରୂପେଶ ଭଦ୍ର ଜେଲରେ ଥିବା ବେଳେ ତାର ବ୍ୟାଙ୍କ ଆକାଉଣ୍ଟରେ ଲକ୍ଷ ଲକ୍ଷ ଟଙ୍କାର କାରବାର ନେଇ ଜଣାପଡ଼ିବା ପରେ ଆଲୋଡ଼ନ ସୃଷ୍ଟି ହୋଇଛି। ଚିନ୍ମୟ ଶତପଥୀଙ୍କ ନାଁରେ କେହି ଜଣେ ବ୍ୟକ୍ତି ଏହି କାରବାର କରିଥିବା ଜଣାପଡ଼ିଛି। ଗତ ୯ମାସ ମଧ୍ୟରେ ରୂପେଶ ଓ ରାମକୋ ସିମେଣ୍ଟ କଂପାନୀ ମଧ୍ୟରେ ୩କୋଟି ଟଙ୍କାର କାରବାର ହୋଇଥିବା ଅଭିଯୋଗ ହୋଇଛି। ଏପରିକି ସ୍ମିତାରାଣୀଙ୍କ ମୃତ୍ୟୁ ଦିନ ମଧ୍ୟ ରୂପେଶଙ୍କ ଆକାଉଣ୍ଟରୁ ଚିନ୍ମୟ ଶତପଥୀଙ୍କୁ ୨ଲକ୍ଷ ଟଙ୍କା ଚେକ ମାଧ୍ୟମରେ ପ୍ରଦାନ କରାଯାଇଥିବା ବ୍ୟାଙ୍କ ଜମାଖାତାରୁ ଜଣାପଡ଼ିଛି।

ଗତ ୨୯ ତାରିଖରେ ୪ଲକ୍ଷ ଟଙ୍କା ଦିଆଯାଇଥିବା ବେଳେ ନଭେମ୍ବର ୧୭ ତାରିଖରେ ମଧ୍ୟ ୫ଲକ୍ଷ ଟଙ୍କା ଚେକ ଜରିଆରେ ପ୍ରଦାନ କରାଯାଇଛି। ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। କେଉଁ ଉଦ୍ଦେଶ୍ୟରେ ଲକ୍ଷ ଲକ୍ଷ ଟଙ୍କାର କାରବାର ହୋଇଛି ତାହା ଏବେ ଚର୍ଚ୍ଚାର ବିଷୟ ହୋଇଛି।ସେପଟେ ସ୍ମିତାରାଣୀଙ୍କ ମୃତ୍ୟୁ ପଛରେ ରାମକୋ କଂପାନୀ ଅଧିକାରୀଙ୍କ ସଂପୃକ୍ତି ଥିବା ବିଜେପି ଅଭିଯୋଗ କରିଥିବା ବେଳେ କଂପାନୀ କର୍ତ୍ତୃପକ୍ଷ କିନ୍ତୁ ଏହାକୁ ଖଣ୍ଡନ କରିଛି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.