ଜାଣନ୍ତିକି ଇନ୍ଦିରା ଗାନ୍ଧୀଙ୍କ ଗୋଟିଏ ନିଷ୍ପତିରେ ବଦଳି ଯାଇଥିଲା ଦେଶର ବ୍ୟାଙ୍କିଙ୍ଗ ବ୍ୟବସ୍ଥା

ଆଜି ଭାରତର ପ୍ରଥମ ତଥା ଏକମାତ୍ର (ଏବେ ପର୍ଯ୍ୟନ୍ତ ) ମହିଳା ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ ଜନ୍ମତିଥି । ଆଜିକୁ ଠିକ ୧୦୨ ବର୍ଷ ତଳେ ୧୯୧୭ ମସିହା ନଭେମ୍ବର ମାସ ୧୯ ତାରିଖ ତଥା ଆଜିର ଦିନରେ ଉତ୍ତର ପ୍ରଦେଶର ପ୍ରୟାଗରାଜ (ଆଲ୍ହାବାଦ) ଠାରେ ଶ୍ରୀମତୀ ଗାନ୍ଧୀ ଜନ୍ମ ଗ୍ରହଣ କରିଥିଲେ । ସେ ଭାରତର ପ୍ରଥମ ଓ ବର୍ତ୍ତମାନ ପର୍ଯ୍ୟନ୍ତ ଏକ ମାତ୍ର ମହିଳା ପ୍ରଧାନମନ୍ତ୍ରୀ ରହିଛନ୍ତି । ୧୯୬୬ ମସିହା ଜାନୁଆରୀ ମାସରୁ ଆରମ୍ଭ କରି ୧୯୭୭ ମସିହା ପର୍ଯ୍ୟନ୍ତ ଓ ୧୯୮୦ ମସିହାରୁ ଆରମ୍ଭ କରି ୧୯୮୪ ମସିହା ପର୍ଯ୍ୟନ୍ତ ଦେଶର ପ୍ରଧାନମନ୍ତ୍ରୀ ଆସନ ଅକ୍ତିଆର କରିଥିଲେ । ନିଜର ଦୃଢ ନିଷ୍ପତି, ନିର୍ଭିକତା ଓ ଏକ ନିଷ୍ଠ କର୍ତ୍ତବ୍ୟପରାୟଣ ଗୁଣ ଯୋଗୁଁ ତାଙ୍କୁ ଦେଶର ‘ଆଇରନ ଲେଡି’ ମଧ୍ୟ କୁହାଯାଏ । ତାଙ୍କର କେତେ ଗୁଡିଏ ଦୃଢ ନିଷ୍ପତି ଦେଶର ଭାରତର ସ୍ଥିତିକୁ ମଜବୁତ କରି ପାରିଥିଲା । ଯାହାକି ଭାରତକୁ ଏକ ସ୍ୱଧିନ ଓ ସୁଦୃଢ ରାଷ୍ଟ୍ର ଭାବେ ଗଢିବାରେ ବିଶେଷ ସହାୟକ କରି ପାରିଥିଲା ।

indira gandhi

୧. ଇନ୍ଦିରା ଗାନ୍ଧୀଙ୍କ ଜରୁରୀ କାଳୀନ ପରିସ୍ଥିତି ଘୋଷଣା ସମ୍ପର୍କରେ କିଏ ବା ନ ଜାଣେ । ଏହି ‘ଆଇରନ ଲେଡି’ ୧୯୭୫ ମସିହାରେ ଦେଶରେ ଜରୁରୀକାଳୀନ ପରିସ୍ଥିତିର ଘୋଷଣା କରିଥିଲେ । ଏହାର ବିରୋଧ ସାରା ଦେଶରେ କରାଯାଇଥିଲା । ଯାହା ଫଳରେ କେନ୍ଦ୍ରରେ ପ୍ରଥମ ଥର ପାଇଁ ଅଣ କଂଗ୍ରେସ ସରକାରର ଗଠନ ହୋଇଥିଲା । କିନ୍ତୁ ଏହି ସରକାର ବେଶୀ ଦିନ ପର୍ଯ୍ୟନ୍ତ ତିଷ୍ଠି ପାରି ନ ଥିଲା । ଖୁବ କମ ଦିନ ଭିତରେ ଶ୍ରୀମତୀ ଗାନ୍ଧୀ ଲୋକପ୍ରିୟତା ହାସଲ କରି କ୍ଷମତାକୁ ଆସି ପାରିଥିଲେ ।

ଏହା ସହ ପଢନ୍ତୁ: ଭୂମିରେ ନୁହେଁ ଏହି ସମ୍ପ୍ରଦାୟ ଆକାଶରେ କରନ୍ତି ଶବ ସତ୍କାର, ଜାଣନ୍ତୁ ପୂରା ଘଟଣା

୨. ଆଜକୁ ଠିକ ୫୦ ବର୍ଷ ପୂର୍ବେ ୧୯୬୯ ମସିହା ଜୁଲାଇ ମାସ ୧୯ ତାରିଖରେ ତତ୍କାଳୀନ ପ୍ରଧାନମନ୍ତ୍ରୀଙ୍କ ଗୋଟିଏ ଫଇସଲା ଦେଶର ପୂରା ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ ଏକ ବିରାଟ ପରିବର୍ତ୍ତନ ଆଣି ପାରିଥିଲା । ଏହି ସମୟରେ ଶ୍ରୀମତୀ ଗାନ୍ଧୀ ଦେଶର ୧୪ ଟି ବଡ ବଡ ପ୍ରାଇଭେଟ ବ୍ୟାଙ୍କ ମାନଙ୍କୁ ରାଷ୍ଟ୍ରୀୟକରଣ କରିଥିଲେ । ଆଜି ବି ଶ୍ରୀମତୀ ଗାନ୍ଧୀଙ୍କ ଏହି ନିଷ୍ପତି କାୟମ ରହିଛି ।

indira

୩.ଯେଉଁ ସମୟରେ ପୃଥିବୀର ଅନ୍ୟ ଶକ୍ତିଶାଳୀ ରାଷ୍ଟ୍ର ମାନେ ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଠାରୁ ଖୁବ ଆଗରେ ଥିଲେ । ଠିକ ସେହି ସମୟରେ ଏହି ମହିଳା ନିଜ ପ୍ରଧାନ ମନ୍ତ୍ରୀ କାର୍ଯ୍ୟକାଳ ଭିତରେ ଦେଶରେ ନ୍ୟୁକ୍ଲିୟର ଟେଷ୍ଟ କରାଇ ପୃଥିବୀରେ ଭାରତର ନାଁକୁ ଚର୍ଚ୍ଚାର ପରିସରକୁ ଆଣି ପାରିଥିଲେ । ଏହାର ଠିକ ପରେ ପରେ ପୃଥିବୀର ଅନ୍ୟ ଶକ୍ତିଶାଳୀ ରାଷ୍ଟ୍ର ମାନେ ଭାରତ ଉପରେ ତିକ୍ତ ବ୍ୟବହାର କରିବା ଆରମ୍ଭ କରିଥିଲେ ମଧ୍ୟ ଇନ୍ଦିରା ଏଥିରେ ଜମା ଡରି ନ ଥିଲେ କି ବିଚଳିତ ମଧ୍ୟ ହୋଇନଥିଲେ । ନିଜ କାର୍ଯ୍ୟକାଳ ସମୟରେ ଇନ୍ଦିରା ଲଗାତାର ଭାରତକୁ ବିକାଶ ପଥରେ ଅଗ୍ରସର କରାଇଥିଲେ ।

ଏହା ସହ ପଢନ୍ତୁ: ଏହି ଡ଼ାକ୍ତରଖାନାକୁ ଯିବା ପୂର୍ବରୁ ସାବଧାନ, ପଛରେ ରହିଛି ଲୋମଟାଙ୍କୁରା କାହାଣୀ

୪. ନିଜ ପ୍ରଧାନ ମନ୍ତ୍ରୀ କାର୍ଯ୍ୟକାଳ ଭିତରେ ଶ୍ରୀମତୀ ଗାନ୍ଧୀ ଖଲିସ୍ଥାନ ମାନଙ୍କୁ ହରାଇବା ପାଇଁ ଯେଉଁ ବ୍ଳ ଷ୍ଟାର ଆରମ୍ଭ କରିଥିଲେ ତାହା ହୁଏତ ଏତେଟା ସହଜ ନ ଥିଲା । ନିଜ ରାଜନୈତିକ କ୍ୟାରିୟର ଉପରେ ଏହା ଗଭୀର ଭାବେ ପ୍ରଭାବ ପକାଇବ ଜାଣି ସୁଦ୍ଧା ଭାରତ ଏମିତି ଏକ ପଦକ୍ଷେପ ନେବାରେ ପଛଘୁଞ୍ଚା ଦେଇ ନ ଥିଲେ । ପଞ୍ଜାବକୁ ଖାଲିସ୍ଥାନ କବଳରୁ ମୁକୁଳାଇବା ପାଇଁ ଏହା ବ୍ୟତୀତ ହୁଏତ ତାଙ୍କ ପାଖରେ ଆଉ କିଛି ବିକଳ୍ପ ନ ଥିଲା । ପଞ୍ଜାବରୁ ଉଗ୍ରବାଦକୁ ଦମନ କରିବା ପାଇଁ ସ୍ବର୍ଣ୍ଣ ମନ୍ଦିର ଉପରେ ସେନାର ଆକ୍ରମଣ ଓ ସେନା ଜେନେରାଲ ଭିନ୍ଦରାୱାଲଙ୍କ ମୃତ୍ୟୁ ହେବା ପରି ଘଟଣା ମାନ ଘଟାଇଥିଲ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.