Below header

ଡିବିରି ଧୂଆଁରେ ବିରାଟ୍‌, କୋହଲିଙ୍କୁ ଓଡିଆ ଫ୍ୟାନଙ୍କ ଜବରଦସ୍ତ ଉପହାର

ବିରାଟଙ୍କୁ ଓଡିଆ ଫ୍ୟାନଙ୍କ ଜବରଦସ୍ତ ଉପହାର । କୋହଲିଙ୍କୁ ବିରାଟ ଶୁଭେଚ୍ଛା ଜଣାଇଲେ ଓଡିଶାର ଜଣେ ଯୁବକ । ଜନ୍ମଦିନରେ ଏକଦମ୍‌ ନିଆରା ଢ଼ଙ୍ଗରେ ଶୁଭେଚ୍ଛା ଜଣାଇଲେ ଓଡିଆ ଫ୍ୟାନ୍‌ ।

କଟକ (କେନ୍ୟୁଜ) : ବିରାଟଙ୍କୁ ଓଡିଆ ଫ୍ୟାନଙ୍କ ଜବରଦସ୍ତ ଉପହାର । କୋହଲିଙ୍କୁ ବିରାଟ ଶୁଭେଚ୍ଛା ଜଣାଇଲେ ଓଡିଶାର ଜଣେ ଯୁବକ । ଜନ୍ମଦିନରେ ଏକଦମ୍‌ ନିଆରା ଢ଼ଙ୍ଗରେ ଶୁଭେଚ୍ଛା ଜଣାଇଲେ ଓଡିଆ ଫ୍ୟାନ୍‌ । ସେ ଏମିତି ଭାବେ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ଯେ ଯାହାକୁ ଦେଖିଲେ ବୋଧହୁଏ ନିଜେ ବିରାଟ ଝୁମି ଉଠିବେ ଖୁସିରେ ।

୩୫ ବର୍ଷରେ ପାଦ ଥାପିଥିବା ବିରାଟଙ୍କୁ ନିଜ କଳା ମାଧ୍ୟମରେ ଅଭିନନ୍ଦନ ଜଣାଇଲେ ଜଣେ ଫ୍ୟାନ୍‌ । ନାଁ ତାଙ୍କର ଦୀପକ ବିଶ୍ୱାଳ, ଘର କଟକରେ । ସେ ଅତି ନିଆରା ଢ଼ଙ୍ଗରେ ବିରାଟଙ୍କୁ ଓ୍ଵିସ୍‌ କରିଛନ୍ତି । ସ୍ମୋକ୍‌ ଆର୍ଟ ମାଧ୍ୟମରେ କୋହଲିଙ୍କୁ ଶୁଭେଚ୍ଛା ଜଣାଇଲେ ଦୀପକ । ଦୀପକ ଏହି ନିଆରା smoke art ପାଇଁ ବେଶ ଜଣାଶୁଣା।

ଡିବିରି ଧୁଆଂ କୁ ବ୍ୟବହାର କରି ଭିନ୍ନ ଭିନ୍ନ ଆର୍ଟ ତିଆରି କରନ୍ତି ଦୀପକ । ବିରାଟ ଙ୍କ ଜନ୍ମ ଦିନ ଲାଗି ଏହି ଅତି ସୁନ୍ଦର ଅବିକଳ smoke art ପ୍ରସ୍ତୁତ କରିଛନ୍ତି ଦୀପକ। ଦେଖନ୍ତୁ କେମିତି ଧୂଆଁକୁ ବ୍ୟବହାର କରି ସେ କରୁଛନ୍ତି ଏହି ଚିତ୍ର । ସତ କହିଲେ ଆପଣ ଆଗରୁ କେବେ ଏମିତି ଆର୍ଟ ଦେଖିଥିଲେ । ଆଜ୍ଞା ଏ ଆର୍ଟକୁ ଯିଏ ଦେଖୁଛି ସେ ଆଶ୍ଚର୍ଯ୍ୟ ହେଉଛି । କାହିଁକିନା ଧୂଆଁରେ ତିଆରି ହେଉଛି ଏହି ଚିତ୍ର । ଯାହା ସବୁଠାରୁ ନିଆରା ।

ସବୁଠାରୁ ବଡ କଥା ହେଉଛି ଦୀପକ ଅତି ନିଖୁଣତାର ସହିତ ଏହି ଆର୍ଟ କରୁଛନ୍ତି । ଆଉ ବିରାଟଙ୍କ ଏହି ଚିତ୍ର ତିଆରି କରିବା ପାଇଁ ତାକୁ ଲାଗିଛି ଦେଢ଼ ଘଣ୍ଟା ସମୟ । ହଁ ଆଜ୍ଞା ମାତ୍ର ଦେଢ଼ ଘଣ୍ଟାରେ ସେ ବିରାଟ କୋହଲୀଙ୍କର ଅତି ସୁନ୍ଦର ପ୍ରତିଛବିଟେ ତିଆରି କରିପାରିଛନ୍ତି, ତାହା ପୁଣି ବତୀ ଧୂଆଁରେ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.