ଖାଦ୍ୟ ଅନ୍ୱେଷଣରେ ଘରେ ଘରେ ପଶୁଛି ଭାଲୁ, ଲୋକେ ଭୟଭୀତ

ଖାଦ୍ୟ ଅନ୍ୱେଷଣରେ ଘର ଘର ବୁଲୁଛି ଭାଲୁ l ନବରଙ୍ଗପୁର ବ୍ଲକ ଭତରାସିଉନି ଗ୍ରାମରେ ଏବେ ଭାଲୁ ଆତଙ୍କ ଦେଖାଦେଇଛି l

ନବରଙ୍ଗପୁର : ଖାଦ୍ୟ ଅନ୍ୱେଷଣରେ ଘର ଘର ବୁଲୁଛି ଭାଲୁ l ନବରଙ୍ଗପୁର ବ୍ଲକ ଭତରାସିଉନି ଗ୍ରାମରେ ଏବେ ଭାଲୁ ଆତଙ୍କ ଦେଖାଦେଇଛି l ଗତ ସପ୍ତାହେ ହେଲା ଭାଲୁ ଗାଁ ଭିତରେ ବୁଲିବା ସହ ଘରେ ଘରେ ପଶୁଛି l ଯାହାକୁ ନେଇଁ ଗ୍ରାମବାସୀ ଭୟଭୀତ ଥିବା ଦେଖିବାକୁ ମିଳିଛି l

ଗତ 4ଦିନ ପୂର୍ବେ ଗ୍ରାମର ମନ ମାଝିଙ୍କ ଗୋଟିଏ ମେଣ୍ଢାକୁ ଭାଲୁ ମାରିଦେଇଥିବା ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି l ପ୍ରତିଦିନ ପ୍ରାୟ 4ଟି ଭାଲୁ ରାତିରେ ଗାଁ ଭିତରେ ପ୍ରବେଶ କରୁଥିବା ବେଳେ ସକାଳ ଯାଏଁ ରହୁଛନ୍ତି l ଆଜି ସକାଳ ୫ଟା ବେଳେ ଗ୍ରାମର ବାବୁଲି ମିଶ୍ରଙ୍କ ରୋଷେଇ ଘରେ ଗୋଟିଏ ଭାଲୁ ପଶି ବସ୍ତାରୁ ଗୁଡ଼ ଖାଇଛି l

ଯାହାର ଭିଡିଓ ଉତ୍ତୋଳନ କରିଥିଲେ ପରିବାର ଲୋକେ l ତେବେ, ଘରେ ଭାଲୁ ପଶିଥିବା ଜାଣିପାରି ପରିବାର ଲୋକେ ବାହାରକୁ ବାହାରିନଥିବା ବେଳେ ଯଦି ଅଜାଣତରେ କିଏ ଭାଲୁ ନିକଟରେ ଚାଲିଆସେ ତାହେଲେ ନିଶ୍ଚିତ ମୃତ୍ୟୁମୁଖରେ ପଡିପାରେ ବୋଲି ଘର ମାଲିକ ବାବୁଲି ମିଶ୍ର କହିଛନ୍ତି l ଅନ୍ୟପଟେ ଭାଲୁର ଅବସ୍ଥିତିକୁ ନେଇଁ ଗ୍ରାମବାସୀ ନବରଙ୍ଗପୁର ବନବିଭାଗକୁ ସୂଚନା ଦେଇଛନ୍ତି ତୁରନ୍ତ ଭାଲୁକୁ ଉଦ୍ଧାର କରି ଜଙ୍ଗଲରେ ଛାଡିବାକୁ ଗ୍ରାମବାସୀ ଦାବି କରିଛନ୍ତି l

ସେହିଭଳି ନବରଙ୍ଗପୁର ସହରର ମଧ୍ୟ ଭାଗରେ ଥିବା ମିଶନ କମ୍ପାଉଣ୍ଡରେ ମଧ୍ୟ ଭାଲୁ ବୁଲୁଥିବାର ଭିଡିଓ ସାମ୍ନାକୁ ଆସିଛି l ଯାହାକୁ ନେଇଁ ଲୋକେ ଭୟଭୀତ ରହିଛନ୍ତି l
ଦିନକୁ ଦିନ ଜଙ୍ଗଲ କ୍ଷୟ, ଜଙ୍ଗଲରେ ନିଆଁ ଓ ଖାଦ୍ୟ ସଂଗ୍ରହ ପାଇଁ ବନ୍ୟଜନ୍ତୁ ଗାଁ ମୁହାଁ ହେଉଥିବା ଦେଖିବାକୁ ମିଳୁଛି l

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.