Below header

ଖେଳ ନା ପ୍ରେମରୁ ହତ୍ୟା! କ୍ରିକେଟ ପଡ଼ିଆରେ ଯୁବକଙ୍କୁ ହତ୍ୟା ଘଟଣା, ବନ୍ଧା ହେଲା ମୁଖ୍ୟ ଅଭିଯୁକ୍ତ ସ୍ମୃତି ରଞ୍ଜନ

ନୋ ବଲ୍‌କୁ ନେଇ ବଚସାରୁ ବର୍ବର ହତ୍ୟାକୁ ନେଇ ସବୁଠି ଚର୍ଚ୍ଚା । ବନ୍ଧା ହେଲା ମୁଖ୍ୟ ଅଭିଯୁକ୍ତ ସ୍ମୃତି ରଞ୍ଜନ । ଅନ୍ୟ ଅଭିଯୁକ୍ତ ମାଙ୍କୁ ଗିରଫ କଲା ପୋଲିସ । କଟକର ବିଭିନ୍ନ ସ୍ଥାନରେ ରେଡ୍‌ କରିଥିଲା ପୋଲିସ । ଆଜି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି କଟକ ଡିସିପି କହିଛନ୍ତି ।

କଟକ (କେନ୍ୟୁଜ): ନୋ ବଲ୍‌କୁ ନେଇ ବଚସାରୁ ବର୍ବର ହତ୍ୟାକୁ ନେଇ ସବୁଠି ଚର୍ଚ୍ଚା । ବନ୍ଧା ହେଲା ମୁଖ୍ୟ ଅଭିଯୁକ୍ତ ସ୍ମୃତି ରଞ୍ଜନ । ଅନ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ କଲା ପୋଲିସ । କଟକର ବିଭିନ୍ନ ସ୍ଥାନରେ ରେଡ୍‌ କରିଥିଲା ପୋଲିସ । ଆଜି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି କଟକ ଡିସିପି କହିଛନ୍ତି । ଅଭିଯୁକ୍ତଙ୍କ ବିରୋଧରେ IPCର ଧାରା ୩୦୨, ଓ ୩୪ରେ ମାମଲା ରୁଜୁ ହୋଇଛି । ଚୌଦ୍ୱାର ମହିଷାଲଣ୍ଡା ଗାଁରେ ଏବେ ବି ଉତ୍ତେଜନା ଲାଗିରହିଛି । ବ୍ୟାପକ ପୋଲିସ ମୁତୟନ କରାଯାଇଛି । ସ୍ମୃତି ରଞ୍ଜନକୁ ଧରିବା ପାଇଁ ସ୍ପେଶାଲ ଟିମ ଗଠନ କରାଯାଇଥିଲା ।

ଗତକାଲି କଟକ ଚୌଦ୍ୱାର ମହିଷାଲଣ୍ଡା ପଞ୍ଚାୟତରେ କ୍ରିକେଟ ଖେଳ ସମୟରେ ଘଟିଥିଲା ହତ୍ୟାକାଣ୍ଡ। ମୃତକ ହେଉଛନ୍ତି ଲକି ରାଉତ। କ୍ରିକେଟ୍‌ ମ୍ୟାଚ୍‌ ବେଳେ ଅମ୍ପାୟର ଗୋଟିଏ ନୋ ବଲ୍‌ ଘୋଷଣା କରିଥିଲେ । ଯାହାକୁ ନେଇ ମୈଦାନରେ ସୃଷ୍ଟି ହୋଇଥିଲା ବିବାଦ । ଅମ୍ପାୟରଙ୍କ ସହ ଯୁକ୍ତିତର୍କ କରିଥିଲେ କିଛି ଯୁବକ । ଏତିକିବେଳେ ବୁଝାସୁଧା କରୁଥିବା ବେଳେ ଲକିଙ୍କ ଉପରେ ଆକ୍ରମଣ ହୋଇଥିଲା । ସେଠାରେ ତାଙ୍କର ମୃତ୍ୟ ହୋଇଥିଲା। ଗାଁରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ୨ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଛି। ପୁରୁଣା ପ୍ରେମ ବିବାଦରୁ ରାଗ ଥିବା ନେଇ ଚୌଦ୍ୱାରରେ ଚର୍ଚ୍ଚା ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.